AD

You can deposit money through UPI || ୟୁପିଆଇରେ କରିପାରିବେ ଟଙ୍କା ଡିପୋଜିଟ୍

 


ୟୁପିଆଇକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ବଡ ଘୋଷଣା । ୟୁପିଆଇ ବ୍ୟବହାର କରୁଥିବା ୟୁଜର୍ସଙ୍କୁ ଆଗକୁ ବଡ ସୁବିଧା ମିଳିବାକୁ ଯାଉଛି । ଯେଉଁ ସୁବିଧା ଅନୁଯାୟୀ, ୟୁପିଆଇ ଜରିଆରେ ଆକାଉଣ୍ଟରେ ଟଙ୍କା ଜମା କରିହେବ । ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ଖୁବଶୀଘ୍ର ୟୁପିଆଇ ଦ୍ୱାରା ଏଟିଏମରେ ଟଙ୍କା ଜମା କରିବାକୁ ହେବ । ଏହି ସୁବିଧା ଉପଲବ୍ଧ ହେଲେ ଏଟିଏମର ବ୍ୟବହାର ବହୁଳ ମାତ୍ରାରେ କମିଯିବ । ଶକ୍ତିକାନ୍ତ ଦାସ କହିଛନ୍ତି, ଏହି ସେବା ଆସିବା ଦ୍ୱାରା ଲୋକଙ୍କୁ ବହୁତ ସୁବିଧା ମିଳିବ ।

ଟଙ୍କା ଜମା ପାଇଁ ଆଉ ବ୍ୟାଙ୍କ ଧାଇଁବାକୁ ପଡିବନି । ବ୍ୟାଙ୍କ ଠାରୁ ଦୂରରେ ରହିଥିଲେ ମଧ୍ୟ ଟଙ୍କା ଡିପୋଜିଟ୍ କରିପାରିବେ । ବିନା ଏଟିଏମ କାର୍ଡରେ ଟଙ୍କା ଜମା କରିପାରିବେ । ଖୁବଶୀଘ୍ର ବ୍ୟାଙ୍କ ଗୁଡିକ ଏଟିଏମରେ ୟୁପିଆଇ ସୁବିଧା ଉପଲବ୍ଧ କରିବେ । ଯାହାଦ୍ୱାରା ୟୁପିଆଇ ଦ୍ୱାରା ହିଁ ଏଟିଏମରେ ବେଶ ସହଜରେ ଟଙ୍କା ଜମା କରିହେବ ।

 

Post a Comment

0 Comments