AD

Utah Day in Moscow || ମସ୍କୋରେ ଉତ୍କଳ ଦିବସ

 


ରୁଷ ମସ୍କୋରେ (AROS ) ଆଲ ରୂଷିଆ ଓଡିଆ ସମାଜ  ପକ୍ଷରୁ ସୌହାର୍ଦ୍ଧ୍ୟପୂର୍ଣ ପରିବେଶରେ ଉତ୍କଳ ଦିବସ ପାଳିତ ହୋଇଛି । ମସ୍କୋରେ ରହୁଥିବା ପ୍ରବାସୀ ଓଡ଼ିଆ ୧୯୯୬ ମସିହାରୁ ନିରବିଚ୍ଛିନ୍ନ ଭାବେ ପ୍ରତିବର୍ଷ ଓଡ଼ିଶା ଗଠନ ପାଇଁ ନିଜକୁ ଉତ୍ସର୍ଗ କରିଥିବା ମହାନୁଭବ ମାନଙ୍କୁ ସ୍ମରଣ କରି ଉତ୍କଳ ଦିବସ ପାଳନ କରି ଆସୁଛନ୍ତି। ଚଳିତ ବର୍ଷ ମନ୍ତ୍ରପାଠ କରି ତିରୁପତି ପଣ୍ଡା ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରିଥିଲେ। ଓଡ଼ିଆ ସମାଜର ପୁରୋଧା  ସନ୍ତୋଷ ମିଶ୍ର ଉତ୍କଳ ମା ଓ  ମାଟିର ଗୌରବ ଗାଥା ମନେପକାଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ମସ୍କୋ ସ୍ଥିତ କେନ୍ଦ୍ରିୟ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ  ବିଘ୍ନେଶ୍ବର ପଟ୍ଟନାୟକ, ଉତ୍କଳ ଦିବସର ତାତ୍ପଯ୍ୟ ଓ ଉତ୍କଳ ସମ୍ମିଳନୀର ଇତିହାସ  ପ୍ରାଞଳ ଭାବେ ଉଲ୍ଲେଖ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ, ଓଡ଼ିଶା କୁଇଜ୍, ବିଭିନ୍ନ ପ୍ରତିଯୋଗିତା ଏବଂ ଓଡ଼ିଆ ବ୍ୟଞନ ଉତ୍ସବକୁ ଉପଭୋଗ୍ୟ କରିଥିଲା। ରୁଷିଆରେ କାର୍ଯ୍ୟରତ  ଓଡ଼ିଆମାନେ ଦୁଇ ଦିନ ଧରି  ଉତ୍କଳ ଦିବସକୁ ମହା ଧୁମଧାମରେ ପାଳନ କରିଥିଲେ  | ନୃତ୍ୟ ଗୀତରେ ସଭାସ୍ଥଳ ମୁଖରିତ ହୋଇଥିଲା. “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତର ସାମୁହିକ ଗାୟନ ପରିବେଶକୁ ମନ୍ତ୍ରମୁଗ୍ଧ କରିଥିଲା | ମସ୍କୋ ରେ ରହୁଥିବା ସବୁ ଓଡ଼ିଆ ସଦସ୍ୟଙ୍କ  ସହଯୋଗରେ କାର୍ଯ୍ୟକ୍ରମ ଅତ୍ୟନ୍ତ ମନମୋହକ ହୋଇଥିଲା | 

Post a Comment

0 Comments