AD

The quarrel of the husband and wife took a serious form || ପତିପତ୍ନୀଙ୍କ କଳହ ନେଲା ଉଗ୍ର ରୂପ

 


କଳହ ନେଲା ଉଗ୍ର ରୂପ ନିଜ ହିତାହିତ ଜ୍ଞାନ ହରାଇ ବସି ମହିଳାଜଣକ ମାସର ଝିଅକୁ କୋଳରେ ଧରି ଖରସ୍ରୋତା ନଦୀକୁ ଡେଇଁ ପଡ଼ିଲେ ସ୍ୱାମୀଜଣକ ବି ଏହାଦେଖି ନଦୀକୁ ଡେଇଁ ପଡ଼ିଲେ ମଝି ନଦୀରେ ବାପା, ମାଝିଅ ଉବୁଟୁବୁ ହେଉଥିବା ବେଳେ ସ୍ଥାନୀୟ ଲୋକେ ସାଜିଲେ ଦେବଦୂତ ସେମାନେ ସମସ୍ତଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି ଏପରି ଏକ ଲୋମଟାଙ୍କୁରା ଘଟଣା କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଞ୍ଚଳରେ ଘଟିଛି

ଆଳି ଥାନା ଅନ୍ତର୍ଗତ ଖନ୍ଦୋଳ ଗାଁର ଯୁବକ ଜଣକ ନିଜ ପତ୍ନୀ କୁନି ଝିଅ ସହ ଶ୍ୱଶୁର ଘର ନିକଟସ୍ଥ ଡାଳିକାଏନ୍ଦା ଗାଁକୁ ଯାଇଥିଲେ। ସେଠାରୁ ସମସ୍ତେ ନିଜ ଗାଁକୁ ଅଟୋ ଯୋଗେ ଫେରୁଥିଲେ। ମାତ୍ର ଅଟୋରେ ଉଭୟ ପତିପତ୍ନୀଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିବା ବେଳେ ତାହା କ୍ରମଶଃ ଉଗ୍ର ରୂପ ଧାରଣ କରିବାକୁ ଲାଗିଲା ଅଟୋଟି ଖରସ୍ରୋତା ନଦୀ ବ୍ରିଜ ଉପରେ ଯାଉଥିବା ବେଳେ ଅତିଷ୍ଠ ହୋଇ ପଡ଼ିଥିବା ମହିଳାଜଣକ ଅଟୋକୁ ଅଟକାଇଥିଲେ। ଏହାପରେ ସେ ନିଜ ଝିଅକୁ ଧରି ବ୍ରିଜ ଉପରୁ ତଳକୁ ଡେଇଁ ପଡ଼ିଥିଲେ। ଏହାଦେଖି ବ୍ୟକ୍ତିଜଣକ ମଧ୍ୟ ତୁରନ୍ତ ତଳକୁ ଡେଇଁଥିଲେ

ଉଭୟ ସ୍ୱାମୀସ୍ତ୍ରୀ ପାଣିରେ ଭାସୁଥିବା ବେଳେ ପିଲାଟିକୁ ଟେକିକି ଧରିଥିଲେ ସ୍ଥାନୀୟ ଲୋକେ ଏହାଦେଖି ତୁରନ୍ତ ଏକ ଡଙ୍ଗା ସାହାଯ୍ୟରେ ସମସ୍ତଙ୍କୁ ଉଦ୍ଧାର କରିଥିଲେ ସଙ୍ଗେସଙ୍ଗେ ସମସ୍ତଙ୍କୁ ଆଳି ମେଡିକାଲ ନିଆଯାଇଥିବା ବେଳେ ସେଠାରେ ପିଲା ମା ସ୍ୱାସ୍ଥ୍ୟ ଠିକ୍ଦେଖି ଜଣାଯାଇଛି ଏହାପରେ ଅଧିକ ଚିକିତ୍ସା ପାଇଁ ପରିବାର ଲୋକେ ମା ପିଲାକୁ କେନ୍ଦ୍ରାପଡ଼ା ମେଡିକାଲ ନେଇ ଯାଇଥିବା ଜଣାଯାଇଛି

 

Post a Comment

0 Comments