AD

Piracy Attempts Pund || ଡକାୟତି ଉଦ୍ୟମ ପଣ୍ଡ



ଡକାୟତି ଯୋଜନା କରୁଥିବା ସମୟରେ 5 ଡକାୟତ ଗିରଫ I ଡ଼କାୟତଙ୍କ ଠାରୁ ଗୋଟିଏ ପିସ୍ତଲ, ଦୁଇଟି ଅଫୁଟା ଗୁଳି, ପାଞ୍ଚଟି ମୋବାଇଲ,ଖଣ୍ଡା ଏବଂ ଭୁଜାଲି ଜବତ I ବିଭିନ୍ନ ଡ଼କାୟତରେ ସମ୍ପୃକ୍ତ ଥିବା ହିନ୍ଦୋଳ SDPOଙ୍କ ସୂଚନା I

ରାସୋଳ ପୋଲିସର ବଡ଼ ସଫଳତା I ଡକାୟତି ଯୋଜନା କରୁଥିବା ସମୟରେ ରାସୋଳ ପୋଲିସ ଦ୍ୱାରା ଗିରଫ 5ଜଣ ସନ୍ଦିଗ୍ଧ ଅପରାଧୀ I ପୁରୁଣା କଟକ ସମ୍ବଲପୁର ରାସ୍ତାରେ ବାରମ୍ବାର ଡକାୟତି ହୋଇ ରାସ୍ତାରୁ ବାଇକ, ସୁନାଗହଣା ଏବଂ ଲୋକଙ୍କ ଠାରୁ ଟଙ୍କା ଲୁଟ ହେଉଥିଲେ ମଧ୍ୟ ପୋଲିସ ତାଙ୍କୁ ଧରିପାରୁନଥିଲେ I ଗିରଫ ହୋଇଥିବା 5 ଜଣ ଡକାୟତ ଏହି ସବୁ ଡ଼କାୟତରେ ସମ୍ପୃକ୍ତ ଥିବା ରାସୋଳ ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି I ଡକାୟତି ପାଇଁ ସାପୁଆ ଜଙ୍ଗଲରେ ଯୋଜନା କରୁଥିବା ସମୟରେ 5 ଜଣ ଡ଼କାୟତକୁ ରାସୋଳ ପୋଲିସ ଗିରଫ କରିଥିବା ସୂଚନା ଦେଇଥିଲେ ହିନ୍ଦୋଳ SDPO ଦୀପକ ଜେନା I ଗିରଫ ଅପରାଧୀଙ୍କ ଠାରୁ ଗୋଟିଏ ପିସ୍ତଲ, ଦୁଇଟି ଅଫୁଟା ଗୁଳି, ଗୋଟିଏ ଭୁଜାଲି, ଖଣ୍ଡା ଏବଂ 6 ଟି ମୋବାଇଲ ଜବତ କରାଯାଇଛି I ଗୋଟିଏ ଚୋରି ହୋଇଥିବା ୟାମହା FZ5  ବାଇକ ଜବତ ହୋଇଛି Iଗିରଫ ଡକାୟତ ମାନେ ହେଲେ ତୁମୁସିଙ୍ଗା ଥାନା କନ୍ତିଓପୁଟ ସାହିର ପଦରୀ ସାହୁ, ଢେଙ୍କାନାଳ ସଦର ଥାନା ବଡ଼ କୁରୁମତ ନଗରର  ଅମୁଲ୍ୟ ପରିଡା,ଓ କଙ୍କଡ଼ାହାଡ଼ ର ଜିତେନ୍ଦ୍ର ନାଏକ, ଟିକିନା ନାଏକ, ଢେଙ୍କାନାଳ ସଦର ଥାନା ମୋତରି ଗ୍ରାମର ଦୀପନ କୁମାର ପ୍ରଧାନ I  ଡକାୟତ ଯୋଜନାରେ ବ୍ୟବହୃତ ଗୋଟିଏ ସ୍ବିଫ୍ଟ ଡିଜେଆର କାର ଜବତ ହୋଇଛି I ଗିରଫ ଡକାୟତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି I


Post a Comment

0 Comments