AD

Outbreak of measles across the state || ସାରା ରାଜ୍ୟରେ ତାତିର ପ୍ରକୋପ

 



ତାତିରେ ଜଳୁଛି ସାରା ରାଜ୍ୟ। ରାଜଧାନୀ ଭୁବନେଶ୍ବର ସହ ସାରା ରାଜ୍ୟରେ ପ୍ରବଳ ଖରା ଅନୁଭୂତ ହେଉଛି। ଦିନ ସାଢ଼େ ୧୧ଟାରେ ଭୁବନେଶ୍ବର ତାପମାତ୍ରା ୩୯.୮ ଡ଼ିଗ୍ରୀ ରେକର୍ଡ ହୋଇଥିବାବେଳେ ଏବେ ୪୪ଡିଗ୍ରୀରେ ପହଞ୍ଚିଛି । ଏହା ସର୍ବାଧିକ ତାପମାତ୍ରା ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।ତେବେ ସବୁଠାରୁ ବଡ଼ କଥା ହେଉଛି ଆଜି ତାପମାତ୍ରା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି । ଆସନ୍ତା ଦୁଇ ଦିନ ପର୍ୟ୍ୟନ୍ତ ପାଗରେ ପରିବର୍ତ୍ତନ ହେବ ନାହିଁ ଏବଂ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି । ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ୪୫ଡିଗ୍ରୀ ପହଞ୍ଚିବ ବୋଲି ପାଣିପାଗ ବିଜ୍ଞାନୀ ମାନେ ଅନୁମାନ କରିଛନ୍ତି ।

 ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ପାଠପଢ଼ା ସମୟରେ ୩ ଥର ପାଣି ଯୋଗାଇ ଦେବାପାଇଁ ବ୍ଲକ୍‌‌ ଶିକ୍ଷା ଅଧିକାରୀ ଏବଂ ସ୍କୁଲର ପ୍ରଧାନଶିକ୍ଷକମାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Post a Comment

0 Comments