AD

One and a half crores worth of cannabis seized || ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଦେଶୀ ବନ୍ଧୁକ ଜବତ

 


ବାଲିଗୁଡା ପୋଲିସ ପାଟ୍ରୋଲିଂ ବେଳେ ବିପୁଳ ପରିମାଣରେ ଗଞ୍ଜେଇ ସହ ଦୁଇଟି ଦେଶୀ ବନ୍ଧୁକ ଜବତ କରିଛି l  ଶନିବାର ବିଳମ୍ବିତ  ରାତିରେ ବାଲିଗୁଡା ଥାନା ଅନ୍ତର୍ଗତ ମୁସୁକିଲି ଗାଁ ନିକଟ ଜଙ୍ଗଲରେ ଚୋରା ଗଞ୍ଜେଇ ଅନ୍ୟତ୍ର ଚାଲାଣ ହେଉଥିବା ଖବର ପୋଲିସକୁ ମିଳିଥିଲା । ବାଲିଗୁଡା ଆଇଆଇସି  ସୁଶାନ୍ତ ସାହୁ ପୋଲିସ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରି ୧୫ ଶହ କିଲୋଗ୍ରାମରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିବାରେ ସକ୍ଷମ ହୋଇଛନ୍ତି l NDPS ଆକ୍ଟ ଓ ଆର୍ମସ୍ ଆକ୍ଟରେ ବାଲିଗୁଡା ଥାନାରେ ମାମଲା ରୁଜୁ କରିଛି ପୋଲିସ l ବେଆଇନ ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ଥିବା ଚାରିଜଣ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି  l ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଦେଢକୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ୍ କହିଛି l ଏହାର ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ଏସଡିପିଓ l ଏନେଇ ବାଲିଗୁଡ଼ା ଏସଡିପିଓ ପୀୟୂଷ ଗୋୟଲ୍ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l କନ୍ଧମାଳ ଏସ୍ ପିଙ୍କ ନିର୍ଦ୍ଦେଶ କ୍ରମେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବାଲିଗୁଡ଼ା ଉପଖଣ୍ଡ ଅଞ୍ଚଳ ରେ ପୋଲିସ୍ ପାଟ୍ରୋଲିଂ କଡ଼ାକଡି କରିଛି l

Post a Comment

0 Comments