AD

In paradise Rare species of fish || ପାରାଦୀପରେ ବିରଳ ପ୍ରଜାତିର ମାଛ


 

ପାରାଦୀପ ନେହେରୁବଙ୍ଗଳା ମାଛଧରା ବନ୍ଦର ରେ ପଡିଛି ବିରଳ ତେଲିଆ ବୋରେହି ମାଛ। ଏହି ମାଛ କିଲୋ ପାରାଦ୍ଵୀପ ରେ ୬୪୦୦ ଟଙ୍କା ରେ ନିଲାମ ହୋଇଥିଲା । ଏହି ୧୭ ଟି ତେଲିଆ ବୋରେହି ମାଛର ଦାମ ନିଲାମ ଅନୁସାରେ ୧୮ ଲକ୍ଷ ଟଙ୍କା ହୋଇଥିଲା। କିନ୍ତୁ ଜାଲରେ ପଡିଥିବା ମାଛ ଗୁଡିକ ଅଣ୍ଡିରା ପ୍ରଜାତିର ତେଲିଆ ବୋରେହି ହୋଇଥିବାରୁ ଏହାର ମୁଲ୍ୟ ବାହାର ବଜାରରେ କିଲୋପ୍ରତି ୯ ହଜାର ରୁ ୧୦ ହଜାର ହେବ ବୋଲି ଆକଳନ କରାଯାଉଛି। ଯାହାକୁ ନେଇ ଉଭୟ ବୋଟ ର ମାଲିକ ଉକ୍ତ ୧୭ଟି ମାଛକୁ କଲିକତାର ଦିଘା ନେଇଛନ୍ତି।

 ଏହି ମାଛର ଅନ୍ତ ଓ ପୁଟ୍ଟି କୁ ମେଡିସିନ ପାଇଁ ବ୍ୟବହାର କରାଯାଇଥାଏ। ଏବଂ ବିଦେଶରେ ଏହି ମାଛ  ପୁଟ୍ଟି ର ଚାହିଦା ଢେର ଅଧିକ ରହିଛି। ଦିଘା ବଜାରରେ ଏହି ୧୭ ଟି ମାଛର ମୁଲ୍ୟ ପାଖାପାଖି ୨୮ ରୁ ୩୦ ଲକ୍ଷ ହେବ ବୋଲି ଆକଳନ କରାଯାଉଛି।

Post a Comment

0 Comments