AD

Illegal gun factory siege || ବେଆଇନ୍ ବନ୍ଧୁକ କାରଖାନା ସିଜ୍

 


ଜି.ଉଦୟଗିରିରେ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ, ବନ୍ଧୁକ ତିଆରି ସାମଗ୍ରୀ ଜବତ, ଜଣେ ଗିରଫ ।କନ୍ଧମାଳ ଜିଲ୍ଲା ରାଇକିଆ ପୋଲିସକୁ ଖବର ମିଳିଥିଲା ରାଇକିଆ ଥାନା ଅଞ୍ଚଳରେ ତିଆରି ହେଉଛି ଦେଶୀ ବନ୍ଧୁକ । ଖବର ପାଇବା ପରେ ତପ୍ତର ହୋଇଉଠିଥିଲା ପୋଲିସ। ସଦଳବଳେ ରାଇକିଆ ଥାନା କତିଙ୍ଗିଆ ପଞ୍ଚାୟତ ରିଶିଗୁଡ଼ା ଗାଁରେ ଅଚାନକ ଚଢ଼ାଉ କରିଥିଲେ । 

ରିଶିଗୁଡ଼ା ଗାଁର ମୁନିବର ମଲ୍ଲିକଙ୍କ ଘରେ ପୋଲିସ ହାତରେ ଲାଗିଥିଲା ଗୋଟିଏ ଦେଶୀ ବନ୍ଧୁକ ସହିତ ବନ୍ଧୁକ ପ୍ରସ୍ତୁତରେ ବ୍ୟବହୃତ ହେଉଥିବା ସାମଗ୍ରୀ ଜବତ କରିଥିଲା ପୋଲିସ । ବେଆଇନ ବନ୍ଧୁକ ତିଆରି ଅଭିଯୋଗରେ ଗିରଫ କରିଥିଲା ରିଶିଗୁଡ଼ା ଗ୍ରାମର ମୁନିବର ମଲ୍ଲିକଙ୍କୁ । ଏ ନେଇ ରାଇକିଆ ଥାନାରେ ଏକ ମାମଲା ରୁଜୁ ହୋଇଛି I ଜି.ଉଦୟଗିରି ଏସଡିପିଓ ବିଜୟ କୁମାର ବିଶି ଏକ ସାମ୍ବାଦିକ ସମ୍ମିଳନୀରେ ବେଆଇନ ବନ୍ଧୁକ ତିଆରି ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଛନ୍ତି I

Post a Comment

0 Comments