AD

How did the elephant die? ଦନ୍ତା ହାତୀ ମଲା କେମିତି ??

 


ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ରେଞ୍ଜ ବେରୁହାଁବାଡ଼ି ଗ୍ରାମ ନିକଟ ଜଙ୍ଗଲରେ ଗୋଟିଏ ଦନ୍ତାହାତୀର ମୃତ୍ୟୁ ହୋଇଛି l ମୃତ ହାତୀଟି ଗୋଟିଏ ଗୋଠଛଡା ଦନ୍ତା ବୋଲି ଅନୁମାନ କରିଛି ବନବିଭାଗ l ଘୁମୁସର ବନଖଣ୍ଡ ଅଧିକାରୀ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି l ହାତୀର ମୃତ୍ୟୁର କାରଣ ଜଣା ପଡ଼ିନଥିଲେ ମଧ୍ୟ ଗତକିଛି ଦିନ ଧରି ଏହି ଦନ୍ତାହାତୀଟି ଗୋଠରୁ ବାହାରି ଏଣେ ତେଣେ ବୁଲୁଥିଲା । ତାର ସ୍ବାସ୍ଥ୍ୟାବସ୍ଥା ଭଲ ନଥିବା ଜଣାପଡୁଥିଲା l ମୃତ ଦନ୍ତାର ଶବ ବ୍ୟବଚ୍ଛେଦ କରାଯିବା ବୋଲି ବନବିଭାଗ ସୂଚନା ଦେଇଛି l

Post a Comment

0 Comments