AD

From the field of Tuscany Kendrapada BJ leaders The campaign begins || ତୁଳସୀ କ୍ଷେତ୍ରରୁ କେନ୍ଦ୍ରାପଡା ବିଜେଡି ନେତାଙ୍କ ପ୍ରଚାର ଆରମ୍ଭ

 


ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ଦର୍ଶନ କରିଛନ୍ତି ବିଜୁ ଜନତାଦଳର ଲୋକସଭା ଓ ବିଧାନସଭାର ପ୍ରାର୍ଥୀମାନେ l ଟିକେଟ ଘୋଷଣା ହେବା ପରେ ଦଳୀୟ ପ୍ରାର୍ଥୀମାନେ ଆଜି ପ୍ରଥମଥର ଏକାଠି କେନ୍ଦ୍ରାପଡାରେ ପହଞ୍ଚି ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ଦର୍ଶନ କରିବା ସହ ଶ୍ରୀଜୀଉଙ୍କ ଆଶିଷ ଭିକ୍ଷା କରିଥିଲେ l କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି, ରାଜନଗର ବିଧାୟକ ପ୍ରାଥୀ ଧ୍ରୁବଚରଣ ସାହୁ, ମହାକାଳପଡ଼ା ବିଧାନସଭା ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ, ପାଟକୁରା ବିଧାୟକ ପ୍ରାଥୀ ଅରବିନ୍ଦ ମହାପାତ୍ର, କେନ୍ଦ୍ରାପଡା ଜିଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା, କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ଦଳୀୟ ପ୍ରାର୍ଥୀଙ୍କୁ ହଜାର ହଜାର କର୍ମୀ ପାଛୋଟି ଆଣିଥିଲେ l ମନ୍ଦିର ରେ ପହଞ୍ଚି ପୂଜାର୍ଚ୍ଚନା କରିବା ସହ ବେଢା ପରିକ୍ରମା ମଧ୍ୟ କରିଥିଲେ l

ଦଳୀୟ ପ୍ରାର୍ଥୀ ମାନଙ୍କୁ ପାଖରେ ପାଇ ବେଶ୍ ଉତ୍ସାହିତ ହୋଇ ପଡିଥିଲେ ଦଳୀୟ କର୍ମୀ l ହଜାର ହଜାର ମହିଳା କର୍ମୀ ହାତରେ ଫୁଲହାର ଧରି ଦଳୀୟ ପ୍ରାର୍ଥୀଙ୍କୁ ସ୍ଵାଗତ କରିଥିଲେ l ଦଳୀୟ ନେତା ମାନେ ଜଣେ ପରେ ଜଣେ ଇଚ୍ଛାପୁର ସ୍ଥିତ ରଥ ଦାଣ୍ଡରେ ପହଞ୍ଚି ଥିଲେ l ସେଠାରୁ ବାହାରି ମନ୍ଦିର ରେ ପହଞ୍ଚି ଦିଅଁ ଦର୍ଶନ କରିଥିଲେ l ଆଗାମୀ ନିର୍ବାଚନରେ ଦଳୀୟ ରଣନୀତି କିଭଳି ହେବ ସେ ନେଇ ନେତାମାନେ କର୍ମୀଙ୍କ ସହ ଖୁବ୍ ଶୀଘ୍ର ବୈଠକ ହେବ ବୋଲି ଦଳୀୟ ଟିକେଟ ପାଇଥିବା ନେତା ସୂଚନା ଦେଇଛନ୍ତି


Post a Comment

0 Comments