AD

Elephant terror || ହାତୀ ଆତଙ୍କ

 



ଜଙ୍ଗଲରେ ଖାଦ୍ୟ ଅଭାବ କାରଣରୁ ଖାଦ୍ୟ ଖାଇବା ଆଶାରେ ହାତୀ ପଲ ହେଉଛନ୍ତି ଗାଁ ମୁହାଁ । ଫଳରେ ଧନ  ଜୀବନ ନଷ୍ଟ ହେବା ସହ ହାତୀ ମଣିଷ ହେଉଛନ୍ତି ମୁହାଁ ମୁହିଁ । ଗତ କାଲି ରାତିରେ ମୟୁର ଝାଲିଆ ଗାଁ ନିକଟରେ ୧୬ ଟିକିଆ ହାତୀ ପଲକୁ ଦେଖି ଲୋକେ ଭୟଭିତ । ଖବର ପାଇ ହାତୀ ଘଉଡ଼ାଇବାକୁ ଘଟଣା ସ୍ଥଳରେ ପହଞ୍ଚିଥିଲା ରଣପୁର ବନବିଭାଗ । 

ବନ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଁଚି  ହାତୀଙ୍କର ଗତି ବିଧି ଉପରେ ନଜର ରଖିଥିଲେ । ପରେ ହାତୀ ଘଉଡ଼ାଇବାକୁ ବନ ବିଭାଗ ଆରମ୍ଭ କରିଥିଲା ଅପରେସନ । ଦୀର୍ଘ ସମୟ ପର୍ଯ୍ୟନ୍ତ ବନ ବିଭାଗ କର୍ମଚାରି ମାନେ ଚେଷ୍ଟା କରିବା ପରେ ହାତୀ ପଲ ଜଙ୍ଗଲକୁ ପଳାଇ ଯାଇଥିଲେ। ହାତୀ ପଲରେ ୪ ଟି ଦନ୍ତା, ୬  ଟି ମାଇ ହାତୀ ସହ ୬  ଟି ଛୁଆ ହାତୀ ଥିବା ଜଣା ପଡିଛି। ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଜଣା ପଡିଛି ।

Post a Comment

0 Comments