AD

Dead newborn baby rescued from pond || ପୋଖରୀରୁ ମୃତ ନବଜାତ ଶିଶୁ ଉଦ୍ଧାର

 


ପୋଖରୀରୁ ମୃତ ନବଜାତ ଶିଶୁ ଉଦ୍ଧାର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଗୋପାଳପୁର ପଂଚାୟତ ଚଣ୍ଡୀବଧି ପୋଖରୀ ହୁଡ଼ାରେ । ପୋଖରୀ ହୁଡ଼ାରେ ପୋତା ହୋଇଥିବା ଅବସ୍ଥାରେ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର ହୋଇଛି l ରଣପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ର ପୁର ପୋଖରୀ ହୁଡାରେ ଏକ କପଡ଼ା ଗୁଳିଆ ଗଣ୍ଠିଲିକୁ କୁକୁର ପୋତା ହୋଇଥିବା ସ୍ଥାନରୁ ଦାନ୍ତରେ ଭିଡି ନେଉଥିବା ବେଳେ ନବଜାତ କନ୍ୟା ଶିଶୁକୁ ପୋତା ହୋଇଥିବାର ଲୋକେ ଦେଖିଥିଲେ l ପରେ ରଣପୁର ଥାନା ପୋଲିସକୁ ଖବର ଦିଆଯାଇଥିଲା l ତେବେ କିଏ ଓ କାହିଁକି ଶିଶୁ କନ୍ୟାକୁ ମାରି ଏପରି ପୋଖରୀ ହୁଡାରେ ପୋତି ଥିଲା ତାହା ଜଣା ପଡ଼ିନଥିବା ବେଳେ ଘଟଣାସ୍ଥଳରେ ରଣପୁର ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଜୋରଦାର ତଦନ୍ତ ତଦନ୍ତ ଜାରି ରଖିଛି l ପୂର୍ବରୁ କନ୍ୟା ଭୃଣ ହତ୍ୟା ପାଇଁ ନୟାଗଡ ଜିଲ୍ଲା ନିୟୋଜିତ ହୋଇଥିବା ବେଳେ ପୁଣି ଏହି ଘଟଣା ଜ଼ିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବିନ୍ଦାର କାରଣ ପାଲଟିଛି l

Post a Comment

0 Comments