AD

ଗନ୍ଧମାର୍ଦ୍ଦନ ଜଙ୍ଗଲରେ ମାଓ- ସୁରକ୍ଷା କର୍ମୀ ଗୁଳି ବିନିମୟ

 


ସାଧାରଣ ନର୍ବାଚନ ପୂର୍ବରୁ ବରଗଡ ପୋଲିସ ପକ୍ଷରୁ ବରଗଡ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏଓଜି ଟିମର ଏକ ଦଳ ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଗନ୍ଧମାର୍ଦନ ଜଙ୍ଗଲରେ କମ୍ବିଂ କରିଥିଲେ । ମିଲିଥିବା ସୂଚନା ଅନୁସାରେ ଗତ ବିଲମ୍ବିତ ରାତିରେ କମ୍ବି ସମୟରେ ସୁରକ୍ଷା କର୍ମୀ ଓ ମାଓବାଦୀ ମୁହାଁ ମୁହିଁ ହୋଇଥିଲେ ଏବଂ ଉଭୟଙ୍କ ପକ୍ଷରୁ ଗୁଳି ବିନିମୟ ହୋଇଥିଲା ।

 ଗୁଳି ବିନିମୟରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ରହିଥିବା ବେଳେ । ସୁରକ୍ଷା କର୍ମୀଙ୍କ ଭୟରେ ମାଓବାଦୀ ଛତ୍ରଭଙ୍ଗ ଦେଇ ଫେରାଇ ହୋଇଯାଇଥିବା ବେଲେ ସୁରକ୍ଷା କର୍ମୀ ମାନେ ଏକ ମାଓ କ୍ୟାମ୍ପ ଠାବ କରିଥିବା ସୂଚନା ମିଳିଛି। ମାଓ କ୍ୟାମ୍ପରେ ମାଓ ଜରିପାଲ, ଛତା , ମାଓ ପୋଷାକ , ରନ୍ଧା ଖାଦ୍ୟ ବରାମତ ହୋଇଥିବା ଜଣାପଡିଛି । ଏବେ ମଧ୍ୟ ଗନ୍ଧମାର୍ଦନ ଜଙ୍ଗଳରେ ଏସଓଜି ଜବାନ ମାନେ କମ୍ବି ସର୍ଚ ଅପରେସନ ଜାରି ରଖିଥିବା ସୂଚନା ମିଳିଛି ।

 


Post a Comment

0 Comments