AD

Baba Chandaneshwar's festival || ବାବା ଚନ୍ଦନେଶ୍ୱରଙ୍କ ପାଟ ପର୍ବ

 



ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ୱରଙ୍କ ଚଡକ ମେଳାରେ ଆଜି ଶେଷ ଅର୍ଘ୍ୟ ପ୍ରଦାନ କରାଯିବ। ଏଥିସହ ଶେଷ ହେବ ବାବା ଚନ୍ଦନେଶ୍ୱରଙ୍କ ପ୍ରସିଦ୍ଧ ଚଡକଯାତ୍ରା। ଅନୁଷ୍ଠିତ ହେବ ବାବା ଚନ୍ଦନେଶ୍ୱରଙ୍କ ପ୍ରସିଦ୍ଧ ପାଟ ପର୍ବ। ପଇତାଧାରୀମାନେ ଦୂର ଦୂରାନ୍ତରୁ ଆସି ବାବାଙ୍କ ପୀଠରେ ଭିଡ଼ ଜମାଇଛନ୍ତି। ମାନସିକଧାରୀମାନେ ବାବାଙ୍କ ପୀଠରେ ପହଞ୍ଚି ଅର୍ଯ୍ୟ ପଇତା ପକାଇ ବ୍ରତାଚାରୀ ହୋଇଥାନ୍ତି। ବାବାଙ୍କ ଅର୍ଯ୍ୟ ପାଇଲା ପରେ ସେମାନେ ହବିଷାନ୍ନ ଖାଇଥାନ୍ତି। 

ପୂଜାର୍ଚ୍ଚନା ପରେ ବ୍ରତଧାରୀମାନେ ନୀଳ ପୋଖରୀରେ ସ୍ନାନ କରିଥିଲେ। ପରେ ହଜାର ହଜାର ଶ୍ରଦ୍ଧାଳୁ ପୋଖରୀରେ ଥିବା ଦୁଇଟି ଶାଳ କାଠ(ସ୍ତମ୍ବି କାଠ)କୁ ଖୋଜି ଥିଲେ। ତା’ପରେ ପୋଖରୀରୁ ସ୍ତମ୍ୱି କାଠ ଉଦ୍ଧାର କରି ବାବାଙ୍କ ମନ୍ଦିର ଚାରି ପାର୍ଶ୍ୱରେ ପରିକ୍ରମା କରିଥିଲେ। ଏହି ସମୟରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ହରିବଲ ହୋଳହୋଳିରେ ପ୍ରକମ୍ପିତ ହୋଇଥିଲା ମନ୍ଦିର ବେଡ଼ା। ପୋଖରୀରୁ ଉଦ୍ଧାର ହୋଇଥିବା କାଠକୁ ମନ୍ଦିର ପାର୍ଶ୍ୱରେ ରଖାଯାଇ ପୂଜା କରିଥିଲେ। ବିଶ୍ୱାସ ଅଛି, ସ୍ତମ୍ବିକାଠକୁ ଛୁଇଁଲେ ଆସାଧ୍ୟ ରୋଗରୁ ମୁକ୍ତି ମିଳିଥାଏ। ସେଥିପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବାବାଙ୍କ ଏହି ମହାନ ପର୍ବରେ ସାମିଲ୍‌ ହୋଇଥାଆନ୍ତି।

 

Post a Comment

0 Comments