AD

Accused of biting the police returns || ପୋଲିସ୍‌କୁ କାମୁଡ଼ି ଅଭିଯୁକ୍ତ ଫେରାର

 


ପୋଲିସକୁ କାମୁଡ଼ି ଚମ୍ପଟ ମାରିଲା ଅଭିଯୁକ୍ତ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ। ଅଭିଯୁକ୍ତ ରାମଚନ୍ଦ୍ରପୁର ବାତୋ ପଞ୍ଚାୟତ କରଡ଼ାପାଳ ଗାଁର ପ୍ରଦୂଷ ବରାଳ।

ସୂଚନା ଅନୁଯାୟୀ, ଜଣଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ ମାମଲାରେ ଦୀର୍ଘଦିନ ଧରି ଫେରାର ଥିଲା ପ୍ରଦୂଷ।  ପ୍ରଦୂଷ ଗାଁରେ ଥିବା ପୁଲିସକୁ ଖବର ପାଇଥିଲା। ଗତକାଲି ସାଇଁକୁଳ ଫାଣ୍ଡି ଅଧିକାରୀ ଓ ପୁଲିସ ଟିମ୍ ଘରେ ପହଞ୍ଚି ପ୍ରଦୂଷକୁ କାବୁ କରିଥିଲେ। ପୋଲିସ ଗିରଫ କରି ନେବା ସମୟରେ ପ୍ରଥମେ ପୁଲିସକୁ ଆକ୍ରମଣ କରିଥିଲା ପ୍ରଦୂଷ। ପରେ ପୁଲିସର ଡାହାଣ ହାତକୁ କାମୁଡ଼ି ଫେରାର ହୋଇଯାଇଥିଲା। 

ଏହାପରେ ପରିବାର ଲୋକେ ମଧ୍ୟ ପହଞ୍ଚି ପୁଲିସକୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ଅଭିଯୁକ୍ତ ପ୍ରଦୂଷର ମା’ ଛବିଲତା ବରାଳଙ୍କୁ ରାମଚନ୍ଦ୍ରପୁର ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।  ଏପର୍ଯ୍ୟନ୍ତ ଅଭିଯୁକ୍ତର କୌଣସି ପତ୍ତା ମିଳିନାହିଁ।

 

 

Post a Comment

0 Comments