AD

A fire broke out in the forest || ଜଙ୍ଗଲରେ ଲାଗିଲା ନିଆଁ

 


୮ ହଜାର ପଏଣ୍ଟରେ ନିଆଁ ଲାଗିଛି। ରବିବାର ସୁଦ୍ଧା ରାଜ୍ୟର ୯୯.୫ ପ୍ରତିଶତ ନିଆଁକୁ ଲିଭାଯାଇଛି। ଆଜି ରାଜ୍ୟରେ ୨୦୦ ପଏଣ୍ଟରେ ନିଆଁ ଲାଗିଥିବା ଖବର ଆସିଛି। ଏନେଇ ପିସିସିଏଫ୍‌ ଦେବୀଦତ୍ତ ବିଶ୍ଵାଳ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଗତବର୍ଷ ଏହି ସମୟ ସୁଦ୍ଧା ରାଜ୍ୟର ୨୭ ହଜାର ପଏଣ୍ଟରେ ନିଆଁ ଲାଗିଥିଲା। ମାଲକାନଗିରିରେ ପୋଡୁ ଚାଷ ପାଇଁ ଅଧିକ ନିଆଁ ଲାଗୁଛି। ମହୁଲ ଫୁଲ ସଂଗ୍ରହ ଓ ଜନ୍ତୁ ଶିକାର ପାଇଁ ମଧ୍ୟ ନିଆଁ ଲଗାଉଛନ୍ତି ଲୋକେ। ଏମିତିକି କିଛି ଲୋକ ଦୁଷ୍ଟାମୀ କରିବା ପାଇଁ ଜଙ୍ଗଲରେ ନିଆଁ ଲଗାଉଥିବା ଦେଖିବାକୁ ମିଳୁଛି। ନିଆଁ ଲଗାଉଥିବା ଲୋକ ଧରା ପଡ଼ିଲେ କାର୍ଯ୍ୟନୁଷ୍ଠାନ ନିଆଯାଉଛି। ନିଆଁ ଲିଭାଇବା ପାଇଁ ୩୬୭ ସ୍କ୍ୱାର୍ଡ ନିୟୋଜିତ ହୋଇଛନ୍ତି। ୨ ହଜାର ୩୬୫ ସେଫଟି କିଟ୍‌ ସହ ୪ ହଜାର ୭୯୦ ଫାୟାର ଗ୍ଲୋଭର ଦିଆଯାଇଛି। ଜଙ୍ଗଲ ନିଆଁ ଲିଭାଇବା ପାଇଁ ସ୍ୱତନ୍ତ୍ର ଭାବେ ୩୩୦ ଗାଡ଼ି ନିୟୋଜିତ କରାଯାଇଛି। ଜଙ୍ଗଲରେ ଫାୟାର ଲାଇନ ଚିହ୍ନଟ କରିବା ସହ ଜନ ସଚେତନ କରାଯାଉଛି।

 

Post a Comment

0 Comments