AD

A bear in the king's house || ଖଡ଼ିଆଳ ରାଜାଙ୍କ ଘରେ ଭାଲୁ

 


ନୂଆପଡା ଜିଲ୍ଲା ଖଡ଼ିଆଳର ରାଜା ଭୁବନେଶ୍ୱର ପ୍ରସାଦ ସିଂ ଦେଓଙ୍କ ଘରେ ଭାଲୁ ଆତଙ୍କ । ଭାଲୁକୁ ଘଉଡ଼ାଇବା ପାଇଁ ଖଡ଼ିଆଳ ବନ ବିଭାଗର ଆପ୍ରାଣ ଉଦ୍ୟମ । ଘଟଣାସ୍ଥଳକୁ ଖୋଦ ତଦାରଖ କଲେ DFO । ଗତକାଲି ରାତିରୁ ରାଜା ଘରେ ଭାଲୁ ପସିଥିବା ବେଳେ ଖବର ପାଇଁ ବନ ବିଭାଗ । ଅଗ୍ନିଶମ ବିଭାଗ ଓ ଖଡ଼ିଆଳ ପୋଲିସ ପହଂଚି ଭାଲୁକୁ ସୁରକ୍ଷିତ ଘଉଡ଼ାଇବାକୁ ଚେଷ୍ଟା ଜାରି ରଖିଛି। 

ଗୁରୁବାର ସକାଳୁ ଭାଲୁଟି ପାଖରେ ଥିବା ବୁଦାମୂଳରୁ ବାହାରି ବିଜେପୁର ପାଖ କାଲିସୁନ୍ଦରୀ ପାହାଡ଼ ପଟେ ଯାଇଥିବା ସୂଚନା। ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରୁଛି ବନ ବିଭାଗ। ସହରରେ ଭାଲୁ ପଶିଥିବା ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି

Post a Comment

0 Comments