AD

Unbearable lightning pains from the beginning of the fall || ଖରା ଆରମ୍ଭରୁ ଅସହ୍ୟ ବିଜୁଳି ଯନ୍ତ୍ରଣା

 


ଖରା ଆରମ୍ଭରୁ ଅସହ୍ୟ ବିଜୁଳି ଯନ୍ତ୍ରଣା କେଉଁଠି ପାୱାର କଟ୍ ଆଉ କେଉଁଠି ଲୋ ଭୋଲଟେଜ୍ ସମସ୍ୟା ଫ୍ୟାନ, ଫ୍ରିଜ୍, ପାଣି ମଟର କିଛି କାମ କରୁାନାହିଁ ଫଳରେ ଗରମରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ କଟକ ସଦର ବ୍ଲକ ବେଂଟକାର ଗାଁରୁ ଆସିଛି ଏଭଳି ଅଭିଯୋଗ ଏଠାରେ ଅଘୋଷିତ ବିଜୁଳି କାଟ ଲୋ ଭୋଲଟେଜ ସମସ୍ୟା ବଢ଼ାଇଛି ଚିନ୍ତା ତା ସାଙ୍ଗକୁ ନୂଆ ସ୍ମାର୍ଟ ମିଟର ଯୋଗୁଁ ବିଜୁଳି ବିଲ୍ ଅଧିକ ଆସୁଥିବା କହିଛନ୍ତି ଗ୍ରାମବାସୀ

ଖାଲି କଟକ ନୁହେଁ ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଚିତ୍ର ଏଠାରେ ଉଠା ଜଳସେଚନ ଭରସାରେ ଚାଷ କାର୍ଯ୍ୟ ହେଉଥିବା ବେଳେ ଚାଷୀଙ୍କୁ ଲାଗିଛି ୪୪୦ ଭୋଲ୍ଟର ଝଟକା ଲୋ ଭୋଟଟେଜ୍ ସମସ୍ୟା ପାଇଁ ହୋଇପାରୁନି ଜଳ ସେଚନ ଫଳରେ ପାଣି ଅଭାବରୁ ଜିଲ୍ଲାର ପ୍ରାୟ ୩୦ ପ୍ରତିଶତ ଚାଷ ଜମି ଶୁଖିଲା ପଡ଼ିଥିବା ଅଭିଯୋଗ ହୋଇଛି ବରଗଡ଼ ବ୍ଲକ ଏସ. ଡୁମେରପାଲି ଗାଁରେ ପ୍ରାୟ ୩୦୦ ଚାଷୀଙ୍କ ଗଭୀର ନଳକୂପରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଛି ଏନେଇ ଆନ୍ଦୋଳନ କରାଯାଇଥିଲେ ବି ଚାଷୀଙ୍କ ସମସ୍ୟାକୁ କର୍ଣ୍ଣପାତ କରୁନି ବିଜୁଳି ବିଭାଗ ସେପଟେ ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ଉଠା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ସୂର୍ଯ୍ୟ ନାରାୟଣ ତ୍ରିପାଠୀ ବିଜୁଳି ବିଭ୍ରାଟ ପାଇଁ ସାଧାରଣ ଲୋକଙ୍କ ଠାରୁ ନେଇ ଚାଷୀଙ୍କୁ ସମସ୍ୟା ଭୋଗିବାକୁ ପଡୁଛି

 

 

 

Post a Comment

0 Comments