AD

Travel India on foot || ପାଦରେ ଚାଲି ଚାଲି ଭାରତ ଭ୍ରମଣ


ରାଷ୍ଟ୍ରୀୟ ଵୀର ଦେଶ ଭକ୍ତ ଉତ୍ତର ପ୍ରଦେଶର ଶିଵ କରଣ ସିଂ ଦେଶକୁ ପୂର୍ଵ ସଂସ୍କାର ଫେରାଇ ଆଣିବା, ଗୁରୁଜନ ମାନଙ୍କୁ ଯଥା ଯୋଗ୍ୟ ସମ୍ମାନ ଦେବା, ସୈନିକ ମାନଙ୍କୁ ସଦା ସମ୍ମାନ ଦେଵା ଭଳି ଦେଶହିତକର ଲକ୍ଷ୍ୟରେ ନ ବର୍ଷ ହିମାଳୟର ଵୈଷ୍ଣଦେଵୀ ମନ୍ଦିର ନିକଟରେ ସାଧନା କରି ଜିହ୍ୱା ଦାନ କରି ୨୦୨୨ ମସିହାରୁ କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସାରା ଭାରତ ଭ୍ରମଣ ପାଇଁ ଖାଲିପାଦରେ ପଦଯାତ୍ରା ଆରମ୍ଭ କରି ଦୀର୍ଘ ୧୨୦୦୦ କିଲୋମିଟର ଅତିକ୍ରମ କଲାପରେ ଜାମସେଦପୁର ରେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇ ସୁସ୍ଥ ହୋଇ ପୁନଶ୍ଚ ପଦଯାତ୍ରା ଆରମ୍ଭ କରି ଆହୁରି ୧୬୦ କିଲୋମିଟର ଆସି ୧୩ ତାରିଖରେ ଠାକୁରମୁଣ୍ଡାରେ ପହଞ୍ଚିଥିଲେ।

ଖଵର ପାଇ ଆସ ମିଶ ଵସ ସଂଗଠନର ସଦସ୍ୟ ଯୋଗେନ୍ଦ୍ର ମହାନ୍ତ ଆସି ସମାଜସେଵୀ ପଦ୍ମଲୋଚନ ନନ୍ଦ ଓ ଅନ୍ୟାନ୍ୟ ଠାକୁରମୁଣ୍ଡା ବୁଦ୍ଧିଜୀବିମାନେ ସ୍ଥାନୀୟ ହନୁମାନ ଛକ ନିକଟରେ ତାଙ୍କ ଠାରୁ ସମସ୍ତ ଵର୍ଣ୍ଣନା ଶୁଣିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ଏବଂ ତାଙ୍କୁ ରାତ୍ରୀଯାପନ ପାଇଁ ଵ୍ୟଵସ୍ଥା କରିଥିଲେ।

 

ଆସ ଵସ ମିଶ ଖଟିରେ ଵସି ଆଧ୍ୟାତ୍ମିକଵାଦୀ ପଦ୍ମଲୋଚନ ନନ୍ଦ, ଯୋଗେନ୍ଦ୍ର ମହାନ୍ତ, ରାଜେନ୍ଦ୍ର ପଣ୍ଡା,କୈଳାସ ପଲେଇ,ଜଗଦୀଶ ମହାନ୍ତ, ଆନନ୍ଦ ମାଥୁର, ପଦ୍ମଲୋଚନ ପତି ପ୍ରମୁଖଙ୍କ ସହ ଭାରତର ସଂସ୍କାର ଆଣିବାପାଇଁ ଜାଗ୍ରତ ହେବାକୁ ବିଭିନ୍ନ ପ୍ରକାର ସଚେତନାତ୍ମକ ଜ୍ଞାନ ଆଲୋଚନା କରିଥିଲେ। ଶେଷରେ ପ୍ରାୟ ଦିନ ୧୨ଟା ସମୟରେ ସେ ଠାକୁରମୁଣ୍ଡା ଅଞ୍ଚଳରୁ ଆନନ୍ଦପୁର ରାସ୍ତାରେ ଵିଦାୟ ନେଇଥିଲେ। ଏବଂ ମହୁଲଡିହା ନିକଟ ଖୁମଠାଣ ଛକରେ ଥିବା ହନୁମାନ ବିଗ୍ରହ ନିକଟରେ ସଚେତନତା ସଭା ଆୟୋଜନ ହେଵାର ଅଛି ଵୋଲି ସୂଚନା ଦେଇଥିଲେ। ଵୀର ସାହାସୀ ନିର୍ଭୀକ ଶ୍ରୀ ଶିଵ କରଣ ସିଂ ଙ୍କ ଏତାଦୃଶ ମହାନ୍ ତ୍ୟାଗ,ନିଷ୍ଠା ଦେଖି ଠାକୁରମୁଣ୍ଡା ଅଞ୍ଚଳର ବୁଦ୍ଧିଜୀବିମାନେ ଆଶ୍ଚର୍ଯ୍ୟ ହେଵା ସହିତ ଆନ୍ତରିକ ଶୁଭେଚ୍ଛା ସହିତ ପ୍ରଶଂସା ଢାଳି ଦେଇଥିଲେ । ତାଙ୍କ ମୁଖରେ ପ୍ରତ୍ୟେକ ସମୟରେ ଭାରତ ମାତା କି ଜୟ ଓ ବନ୍ଦେ ମାତରଂ ର ନାରା ଶୁଭାଯାଉଥିଲା ।

 

 


Post a Comment

0 Comments