AD

Sunday March 31 Banks will remain open || ରବିବାର ମାର୍ଚ୍ଚ ୩୧ ଖୋଲା ରହିବ ବ୍ୟାଙ୍କ

 


ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ବଡ ନିଷ୍ପତ୍ତି ନେଇଛି । ମାର୍ଚ୍ଚ ୩୧ ରବିବାର ଦିନ ସମସ୍ତ ବ୍ୟାଙ୍କ ଖୋଲା ରଖିବାକୁ ବ୍ୟାଙ୍କଗୁଡିକୁ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ରିଜର୍ଭ ବ୍ୟାଙ୍କ ତରଫରୁ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ସୂଚନା ଦିଆଯାଇଛି ।

ମାର୍ଚ୍ଚ ୩୧ ଚଳିତ ଆର୍ଥିକ ବର୍ଷର ଶେଷ ଦିନ ହୋଇଥିଲେ ସୁଦ୍ଧା ବ୍ୟାଙ୍କ ଖୋଲା ରହିବ । ୨୦୨୩-୨୪ ଆର୍ଥିକ ବର୍ଷର ଶେଷ ଦିନରେ ହୋଇଥିବା ସମସ୍ତ ଦେଣନେଣ ଚଳିତ ବର୍ଷ ହିସାବରେ ଯିବ । 

ଏହାସହ ମାର୍ଚ୍ଚ ୩୧ ତାରିଖରେ ବ୍ୟାଙ୍କ ଗୁଡିକ ନିର୍ଦ୍ଧାରିତ ସମୟରେ ଖୋଲିବ ଓ ନିର୍ଦ୍ଧାରିତ ସମୟରେ ବନ୍ଦ ହେବ । ଶନିବାର ଦିନ ମଧ୍ୟ ବ୍ୟାଙ୍କ ଖୋଲା ରହିବ । ଏହା ବ୍ୟତୀତ ଏନଇଏଫଟି, ଆରଟିଜିଏସ ମାଧ୍ୟମରେ ହେଉଥିବା କାରବାର ରାତି ୧୨ଟା ଯାଏଁ ଚାଲିବ । ଏହାସହ ସରକାର ଚେକ୍ କ୍ଲିୟରିଙ୍ଗ ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବାକୁ ବ୍ୟାଙ୍କଗୁଡିକୁ ଆରବିଆଇ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଷ୍ଟକ ମାର୍କେଟ ସେହିଦିନ ବନ୍ଦ ରହିବ ।


Post a Comment

0 Comments