AD

Sparkling Pipili || ଝଲସୁଛି ପିପିଲି

 


ଝଲସୁଛି ପିପିଲି। । ସେଲଫି ପଏଣ୍ଟ ମନମୋହୁଛି । ପିପିଲିର ପ୍ରବେଶ ପଥରେ କଥା କହୁଛି ପିପିଲିର ଚାନ୍ଦୁଆ କାରିଗରୀ । ଅଦରକାରୀ ଯନ୍ତ୍ରାଂଶରେ ନିର୍ମିତ କଳାକୃତି ବେଶ ଆକୃଷ୍ଠ କରୁଛି ପର୍ଯ୍ଯଟକମାନଙ୍କୁ। ଯାତ୍ରୀଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ଆଇ ଲଭ ପିପିଲି। ଶୋଭାପାଉଛି ଚାନ୍ଦୁଆ ତୋରଣ ଓ ଓଡିଶୀ କଳାକାରଙ୍କ ନୃତ୍ୟାଙ୍ଗନା ପ୍ରିତିମୂର୍ତ୍ତି। ପିପିଲିର ଗୌରବ ଚାନ୍ଦୁଆ ଶିଳ୍ପର ବାର୍ତ୍ତା ବାଣ୍ଟୁଥିବା ଚାନ୍ଦୁଆ ତୋରଣ ଓ ଟେରାକୋଟା କାର୍ଯ୍ୟ ଯାତ୍ରୀଙ୍କୁ ଆକୃଷ୍ଟ କରୁଛି। ପିପିଲିର ପ୍ରବେଶ ପଥ ସମସ୍ତଙ୍କ ପାଇଁ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛି । ସେଲଫି ପଏଣ୍ଟ ୭୨ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଛି ।  

ପୁରୀ ଓ କୋଣାର୍କକୁ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ପ୍ରବେଶ ପଥ। ଏହା ଦ୍ଵାରା ଚାନ୍ଦୁଆ ବ୍ୟବସାୟ ବୃଦ୍ଧି ପାଇବ ବୋଲି ପିପିଲି ବିଧାୟକ କହିଛନ୍ତି। ଏନେଇ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5ଟି ଅଧକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ  ଜଣାଇଛନ୍ତି ଅଞ୍ଚଳବାସୀ। ଏନଏସି ପକ୍ଷରୁ ନିର୍ମାଣ କରାଯାଇଥିବା ସେଲଫି ପଏଣ୍ଟ ପାଖରେ ସ୍ଥାନ ପାଇଥିବା କାରୁକାର୍ଯ୍ୟ ଓଡିଶାର କଳା ସଂସ୍କୃତିକୁ ପ୍ରତିପାଦନ କରୁଛି।

 

Post a Comment

0 Comments