AD

Slayed the child thief || ପିଲାଚୋରକୁ ଛେଚିଦେଲେ

 


ଫ୍ରୁଟି ଦେଇ ପିଲା ଚୋରି ଉଦ୍ୟମ ଅଭିଯୋଗ। ସନ୍ଦିଗ୍ଧ ଙ୍କୁ ଗୋଡ଼େଇ ଗୋଡ଼େଇ ଧରିଲେ ଲୋକେ। କାବୁ କରି ଦେଲେ ଭରତପୁର ପୁଲିସ୍ ଜିମା। ଆଳୁଗଦି ଛକ ନିକଟରେ ଯାତ୍ରା ଦେଖିବାକୁ ଆସିଥିଲେ ପରିବାର ଲୋକେ। ଜଣେ ମହିଳା ତାଙ୍କ କୁନି ପୁଅକୁ ଧରିଥିବା ବେଳେ ସେଠାକୁ ଜଣେ ଅଜଣା ବ୍ୟକ୍ତି ଆସିଥିଲେ। ମହିଳାଙ୍କ ଅନ୍ୟମନସ୍କତା ଦେଖି କୁନି ପୁଅକୁ ଫ୍ରୁଟି ଦେଇ ଡାକିଥିଲେ। ଏହି ସମୟରେ ମାଆଙ୍କ ନଜର ପଡ଼ିଥିଲା ଏବଂ ଦୁର୍ବୃତ ଜଣକ ସେଠାରୁ ଖସି ପଳାଇବା ପରେ ସ୍ଥାନୀୟ ଲୋକେ ପିଛା କରି ମାଡ଼ି ବସିବା ସହ ଭରତପୁର ଥାନାକୁ ଖବର ଦେଇଥିଲେ। ସ୍ଥାନୀୟ ଲୋକଙ୍କ ପିଲା ଚୋରି ଅଭିଯୋଗରେ ସନ୍ଦିଗ୍ଧ ଯୁବକକୁ ଥାନାକୁ ନେଇ ପଚରାଉଚରା କରୁଛି ପୁଲିସ୍।

Post a Comment

0 Comments