AD

Police flag march || ପୋଲିସର ଫ୍ଲାଗମାର୍ଚ୍ଚ

 


ରାଜଧାନୀ ଉପକଣ୍ଠରେ ଆରମ୍ଭ ହେଲା ପୋଲିସର ଫ୍ଲାଗମାର୍ଚ୍ଚ। ଆସନ୍ତା ସାଧାରଣ ନିର୍ବାଚନକୁ ଆଖିରେ ରଖି ଗାଆଁ ଭିତରେ ବୁଲିଲେ ପୋଲିସ ବାହିନୀ । ଏକ ପ୍ଲାଟୁନ ଫୋର୍ସ ସହ ଫ୍ଲାଗ ମାର୍ଚ୍ଚ କଲେ ନନ୍ଦନକାନନ ଥାନା ଅଧିକାରୀଣି। ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ନନ୍ଦନକାନନ ଥାନାର ବିଭିନ୍ନ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଉଛି ।

 ଏଥିରେ ଉଭୟ ମହିଳା ଓ ପୁରୁଷ ପୁଲିସ୍ ମିଶାଇ ୧ପ୍ଲାଟୁନ୍ ଫୋର୍ସ ସାମିଲ୍ ହୋଇଥିଲେ। ଏହି କ୍ରମରେ ନନ୍ଦନକାନନ ଥାନା ଅନ୍ତର୍ଗତ , କଲ୍ୟାଣପୁର, ପଦା ସାହି, କଳାଝରି, ରଘୁନାଥପୁର ଓସ୍ତପଡା, ଦାଢା, ବାଲିପଡ଼ା ସମେତ ବିଭିନ୍ନ ଗ୍ରାମର ୧୭ଟି ବୁଥ୍ ଅଞ୍ଚଳରେ ପରିକ୍ରମା କରିଥିଲେ। ସମ୍ବେଦନଶୀଳ ଅଞ୍ଚଳରେ ମାର୍ଚ୍ଚ କରାଯାଇ ସାଧାରଣ ଲୋକଙ୍କ ମନରେ ମନୋବଳ ସୁଦୃଢ କରିବା ସହ ସେମାନଙ୍କୁ ସଚେତନ କରାଇଥିଲା।


Post a Comment

0 Comments