AD

Mass marriage || ଗଣ ବିବାହ

 


ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ଯାଜପୁର ଜିଲ୍ଲା ବ୍ୟାସନଗର ଠାରେ ଏକ ଗଣ ବିବାହ ଅନୁଷ୍ଠିତ ହୋଇଛି। ନବ ଉତ୍କଳ ମହିଳା ସମିତି ପକ୍ଷରୁ ଏହି ଗଣ ବିବାହର ଆୟୋଜନ କରାଯାଇଥିଲା। ଆର୍ଥିକ ଦୁର୍ବଳ ଥିବା ଯୁବକ ଯୁବତୀ ମାନଙ୍କର ବିବାହ କରି ଏକ ନୂତନ ବାର୍ତା ଦେଇଛି ଏହି ସଂଗଠନ। 

  ତେବେ ସମସ୍ତ ହିନ୍ଦୁ ରୀତିନୀତି ଅନୁଯାଇ ବ୍ୟାସନଗର ସ୍ଥିତ ପାଦୁକାଶ୍ରମରେ ୭ ଯୋଡ଼ା ଗରିବ ପୁଅ ଝିଅଙ୍କର ବାହାଘର କରାଯାଇଛି। ହିନ୍ଦୁଶାସ୍ତ୍ରରେ ବିବାହକୁ ଏକ ପବିତ୍ର ବନ୍ଧନର ଆଖ୍ୟା ଦିଆଯାଇଥିବା ବେଳେ ଏଥରୁ ବଞ୍ଚିତ ରହିଯାଇଥିବା ଗରିବ ଯୁବକ ଯୁବତୀଙ୍କୁ ହିନ୍ଦୁ ରୀତିନୀତି ସହ ବିବାହ କରାଇବାର ଲକ୍ଷ୍ୟ ନେଇ ମହିଳା ସଙ୍ଗଠନ ପ୍ରତିବର୍ଷ ଏଭଳି ଗଣବିବାହ ସମ୍ପନ୍ନ କରୁଛି ।

 ଚଳିତ ବର୍ଷ ୭ ଯୋଡ଼ା ବରକନ୍ୟା ଙ୍କର ବିବାହ କରାଯାଇଛି।  ଭୋଜିଭାତ ସାଙ୍ଗକୁ ଅନ୍ୟ ସମସ୍ତ ପାରମ୍ପରିକ କାର୍ଯ୍ୟ ପାଳନ କରାଯାଇ ବୈଦିକ ରୀତିରେ ଏହି ବିବାହ କରାଯାଇଛି। ହାତଗଣ୍ଠି ପକାଇ ବ୍ରାହ୍ମଣ ନବ ଯୋଡ଼ିଙ୍କ ବିବାହ ସମ୍ପନ୍ନ କରିବା ପରେ ଉପସ୍ଥିତ ବର ପକ୍ଷ ଓ କନ୍ୟାପକ୍ଷ ସେମାନଙ୍କୁ ଆଶୀର୍ବାଦ ମଧ୍ୟ ଦେଇଛନ୍ତି । ଏହା ସହିତ ସଙ୍ଗଠନ ପକ୍ଷରୁ ବରଯାତ୍ରୀ ଓ ନିମନ୍ତ୍ରିତ ଅତିଥିଙ୍କ ପାଇଁ ଭୋଜିଭାତର ମଧ୍ୟ ଆୟୋଜନ କରାଯାଇଥିଲା। 

ଏଥିପାଇଁ ଉଭୟ ବରକନ୍ୟା ଓ ସେମାନଙ୍କ ପରିବାର ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା। ସମସ୍ତେ ନିଜର ଖୁସୀ ବ୍ୟକ୍ତ କରିବା ସହ ଆୟୋଜକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରତିବର୍ଷ ଏଭଳି ଗଣ ବିବାହ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଏହି ସଂଗଠନ।

Post a Comment

0 Comments