ମାଲକାନଗିରି ପାଲଟିଛି ଉତ୍ତପ୍ତ ସହର। ଏଠାରେ
ତାପମାତ୍ରା ୪୧ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର
ପକ୍ଷରୁ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱର ତାତିରୁ ବର୍ତ୍ତି ପାରିନି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି
କରାଯାଇଥିବା ବୁଲେଟିନ୍ ଅନୁସାରେ ବୌଦ୍ଧ ଓ ଟିଟିଲାଗଡରେ ତାପମାତ୍ରା ୪୦.୫ ଡ଼ିଗ୍ରୀ ଛୁଇଁଛି।
ସେହିପରି ବଲାଙ୍ଗିରରେ ୪୦.୨ ଡ଼ିଗ୍ରୀ ଓ ନୟାଗଡରେ ୪୦ ଡ଼ିଗ୍ରୀ ରେକର୍ଡ କରାଯାଇଛି। ତାତିରୁ
ବର୍ତ୍ତି ପାରିନି ରାଜଧାନୀ ଭୁବନେଶ୍ୱର ଓ କଟକ। ଭୁବନେଶ୍ୱରରେ ୩୭ ଡ଼ିଗ୍ରୀ ଓ କଟକରେ ୩୭.୬
ତାପମାତ୍ରା ଡ଼ିଗ୍ରୀ ରେକର୍ଡ କରାଯାଇଛି। ଯାହା ଫଳରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି।
0 Comments
Please do not enter any Spam Link in the comment Box ,