AD

make way - How long will the patient stay in bed? || ରାସ୍ତା ତିଆରି କର - ଖଟିଆରେ କେତେଦିନ ରୋଗୀ ବୁହାହେବେ



ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ରୋଗୀ । ମହାନତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ବ୍ରାହ୍ମଣୀପାଲି ଗାଁରେ ଘଟିଛି ଏହି ଘଟଣା । ଗାଁର ସଂଜିତା ଲୁଗୁନ୍ ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସ ଡକାଯାଇଥିଲା  । ତେବେ କେଶାପାଲି ପଟରୁ ଆମ୍ବୁଲାନ୍ସ ଯାଇଥିବାବେଳେ ରାସ୍ତା ନଥିବାରୁ ଗାଁରେ ପହଂଚିପାରିଲାନି । ରୋଗୀ ଘରଠାରୁ ଦେଢ କିଲୋମିଟର ଦୂରରେ ରହିଗଲା ଆମ୍ବୁଲାନ୍ସ । ମୋବାଇଲ ନେଟଓ୍ବର୍କ ନଥିବାରୁ ୧୦୮ କଣ୍ଟ୍ରୋଲ ରୁମକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । 

ଫଳରେ ରୋଗୀ ସମ୍ପର୍କୀୟଙ୍କ ସହ ଯୋଗାଯୋଗ ନ ହୋଇପାରିବାରୁ ଇଏମଟି ଅନିଲ ପ୍ରଧାନ, ପାଇଲଟ ସୁବାଷ ପ୍ରଧାନ ଓ ହେଲପର ସମ୍ବିତ ସାହୁ ଏକ ଷ୍ଟ୍ରେଚର ଧରି ରୋଗୀଙ୍କ ଘରେ ପହଂଚିବା ସହ ରୋଗୀଙ୍କୁ ଖଟିଆରେ ବୋହି ଆଣି ଆମ୍ବୁଲାନ୍ସ ଯାଏଁ ଆଣିଥିଲେ । ରୋଗୀଙ୍କୁ ଜିଲ୍ଲା ସଦର ହସ୍ପିଟାଲ ଅଣାଯିବା ପରେ ତାଙ୍କର ତୁରନ୍ତ ଚିକିତ୍ସା କରାଯାଇଥିଲା । ସଂଜିତା ଲୁଗୁନ୍ ଏବେ ସୁସ୍ଥ ଥିବା ଜଣାପଡିଛି ।


Post a Comment

0 Comments