AD

For the rain Shimilipal refused to tourists || ବର୍ଷା ପାଇଁ ପର୍ଯ୍ୟଟକଙ୍କୁ ଶିମିଳିପାଳ ମନା !

 


ରାଜ୍ୟର ଅନେକ ସ୍ଥାନରେ ଲାଗିରହିଛି ଲଗାଣ ବର୍ଷା। ଏନେଇ ଭୁବନେଶ୍ଵର ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୧୦ ଜିଲ୍ଲାକୁ ୟେଲୋ ଏବଂ ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣିଂ ଦିଆଯାଇଛି । ଏହିକ୍ରମରେ ମୟୂରଭଞ୍ଜ ଜିଲ୍ଲାରେ ଚାରି ଉପଖଣ୍ଡର ବିଭିନ୍ନ ସ୍ଥାନରେ ଗତକାଲି ଠାରୁ ଲାଗିରହିଛି ଝିପି ଝିପି ଲଗାଣ ବର୍ଷା। ଜିଲ୍ଲାର ଠାକୁରମୁଣ୍ଡା ବ୍ଲକରେ ସର୍ବାଧିକ ୭୦ ଏମଏମ ରୁ ଉର୍ଦ୍ଧ ବର୍ଷା ରେକର୍ଡ କରାଯାଇଛି। ସେହିପରି ଶିମିଳିପାଳ ଜାତୀୟ ଅଭୟାରଣ୍ୟର ରାମତିର୍ଥ ଠାରେ ୪୦ଏମଏମରୁ ଉର୍ଦ୍ଧ,ଜେନାବିଲ, ଗୁଡୁଗୁଡ଼ିଆ, ନଅଣା ଠାରେ ପ୍ରବଳ ବର୍ଷା ହୋଇଥିବା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଉପନିର୍ଦେଶକ ଡଃ ସମ୍ରାଟ ଗୌଡ଼ା ସୂଚନା ଦେଇଛନ୍ତି।ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ଶିମିଳିପାଳ ବନ୍ଦ ରଖାଯାଇଛି ।

 ଆସନ୍ତାକାଲିର ସ୍ଥିତି ଅନୁଧ୍ୟାନ ପରେ ପର୍ଯ୍ୟଟକଙ୍କୁ ଅନୁମତି ଦିଆଯାଇପାରେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତମାମ ମୟୂରଭଞ୍ଜ ଜିଲ୍ଲା ସହ ବାରିପଦାର ଜିଲ୍ଲା ମୁଖ୍ୟାଳୟ , କୋର୍ଟ କଚେରୀ, ବସଷ୍ଟାଣ୍ଡ ଆଦି ସ୍ଥାନରେ ବର୍ଷା ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ସେପଟେ ଅଦିନିଆ ବର୍ଷା ପାଇଁ ଜମିରେ ହୋଇଥିବା ପରିବା ଓ ରବି ଫସଲ ଅନେକ ମାତ୍ରାରେ ନଷ୍ଟ ହେବାର ଆଶଙ୍କା କରାଯାଉଛି।

 

Post a Comment

0 Comments