AD

Crack in baitarani Bridge || ବୈତରଣୀ ସେତୁରେ ଫାଟ

 


କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଚାନ୍ଦବାଲି ବୈତରଣୀ ସେତୁ ନିକଟରେ ଏକ ବିରାଟ ଗର୍ତ୍ତ  ସୃଷ୍ଟି ହୋଇଛି l ଏଥି ନେଇ ଚାନ୍ଦବାଲି ପୂର୍ତ୍ତ ବିଭାଗ ପକ୍ଷରୁ କନିଷ୍ଠ ଯନ୍ତ୍ରୀ ଚରଣ ସିଂ ଆଜି ସକାଳେ କ୍ଷେତ୍ର ପରିଦର୍ଶନ କରିଥିଲେ  l ଯଦି ଖୁବ ଶୀଘ୍ର ଏହାର ସ୍ଥାୟୀ ମରାମତି ନ କରାଯିବ ତେବେ କେତେବେଳେ ଯେ କଣ ନ ହେବ କିଛି କହିହେବ ନାହିଁ l ଏହି ସେତୁ ଉପରେ ଭଦ୍ରକ, କେନ୍ଦ୍ରାପଡ଼ା ତଥା ଯାଜପୁର ଜ଼ିଲ୍ଲାର ହଜାର ହଜାର ଲୋକେ ପ୍ରତିଦିନ ନିର୍ଭର କରିଥାନ୍ତି  l ତେଣୁ ଖୁବ ଶୀଘ୍ର ଏହାର ସ୍ଥାୟୀ ମରାମତି ସ୍ଥାନୀୟ ବାସୀ ଦାବୀ କରିଛନ୍ତି 

ନବୀକରଣ ଓ ସଂପ୍ରସାରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ପୂର୍ତ୍ତ ବିଭାଗ ପଥଚାରୀଙ୍କୁ ସୁରୁଖୁରୁରେ ଯାତାୟତ ପାଇଁ ସୁବିଧା ସୃଷ୍ଟି କରିଥିବା ବେଳେ ଏବେ ସେହି ସୁବିଧା ପଥଚାରି ମାନଙ୍କ ପାଇଁ ଭୟ ଓ ଆତଙ୍କ ସୃଷ୍ଟି କରିଛି। ଏହି ଗର୍ତ୍ତ ଯାହା ପଥଚାରୀ ଓ ଗାଡି ଚାଳକ ମାନଙ୍କ ପାଇଁ ବିପଦ ସୃଷ୍ଟି କରିଛି। କାର୍ଯ୍ୟର ମାନ କମ ହେବା ପ୍ରମାଣ ସୃଷ୍ଟି କରିଛି ଏହି ଗର୍ତ୍ତ।  ତେବେ ଏନେଇ ପୂର୍ତ୍ତ ବିଭାଗ ର ଦୃଷ୍ଟି ନପଡିବା ବୁଦ୍ଧିଜୀବି ମହଲରେ ଚିନ୍ତାର ବିଷୟ ହୋଇଛି।ତୁରନ୍ତ ଏହାର ମରାମତି କାର୍ଯ୍ୟ କରିବାକୁ ସାଧାରଣ ରେ ଦାବି ହେଉଛି।

Post a Comment

0 Comments