AD

Congratulations and best wishes on World Earth Day || ବିଶ୍ବ ପଖାଳ ଦିବସର ଅଭିନନ୍ଦନ ଓ ଶୁଭେଚ୍ଛା

 


ଓଡ଼ିଆର ସବୁଠୁ ପ୍ରିୟ ଓ ନିୟମିତ ଖାଦ୍ୟ ହେଉଛି ପଖାଳ, ଯାହା ଖୁବ୍ ସ୍ବାସ୍ଥ୍ୟକର । ପଖାଳ ହଜମ ଶକ୍ତି ବୃଦ୍ଧି କରିଥାଏ । ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ମିନେରାଲ, ଆଇରନ୍, କ୍ୟାଲସିଅମ୍, ପୋଟାସିଅମ୍ ଗୁଡିକ ମଧ୍ୟ ସ୍ବାସ୍ଥ୍ୟପକ୍ଷେ ଖୁବ ହିତକର । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଗରମ ଭାତରେ ୩ ମିଲିଗ୍ରାମ ଆଇରନ ମିଳୁଥିବା ବେଳେ ୮ରୁ ୧୦ଘଣ୍ଟା ତଳେ ପ୍ରସ୍ତୁତ ହୋଇ ରହିଥିବା ପଖାଳରେ ୨୦ ଗୁଣା ଅଧିକ ଆଇରନ ମିଳିଥାଏ ।  ସେଇଭଳି କ୍ୟାଲସିଅମ ଓ ପଟାସିଅମର ମାତ୍ରା ଅଧିକ ରହିଥାଏ । ଏଥିରେ ଥିବା ସର୍ଟ୍ ଚେନ୍ କାର୍ବୋନେଟ୍ ଗୁଡିକ ହଜମରେ ବହୁତ ସାହାଯ୍ୟ କରିଥାଏ । ତେଣୁ ଏହା ସହଜରେ ହଜମ ହୋଇଥାଏ । ଏଥିରେ ଥିବା ଫାଇବର ଝାଡା ସଫା କରିବାରେ ସାହାଯ୍ୟ କରିଥାଏ । ତେଣୁ କୋଷ୍ଠକାଠିନ୍ୟ ଦୂର ହୋଇଥାଏ ।ଏଥିରେ ଥିବା ଇମ୍ୟୁନିଟୀ ଆଇଜିଏ ଲଙ୍ଗସ୍ର ଶକ୍ତି ମଧ୍ୟ ବୃଦ୍ଧି କରିଥାଏ । ଏହା ସ୍ବାସ୍ଥ୍ୟ ପକ୍ଷେ ନିହାତି ଉପଯୋଗୀ । ପେଟରେ ଅଲସର, ଏସିଡିଟି ଥିବା ରୋଗୀଙ୍କ କ୍ଷେତ୍ରରେ ଏହା ଖୁବ୍ ଉପକାରୀ ।

ଏଥିରେ ଅଧିକ ପାଣି ରହିଥିବା କାରଣରୁ ଡି-ହାଇଡ୍ରେସନରୁ ମୁକ୍ତି ମିଳିଥାଏ । ଖରାଦିନେ ଥିବା ଜଳଶୁଷ୍କତାକୁ ପଖାଳ ଦୂର କରିଦେଇଥାଏ ।

ପଖାଳ ସହିତ ବିଭିନ୍ନ ବ୍ୟଞ୍ଜନ ଯଥା- ମାଛ, ବଡିଚୁରା , ଶାଗ, ଭଜା ଖାଇଥାନ୍ତି ସମସ୍ତେ । ଯାହାକୁ କମ୍ପ୍ଲିଟ୍ ଫୁଡ଼୍ ବୋଲି କହିପାରିବା ।

କେବଳ ସେତିକି ନୁହେଁ, ଡାଇବେଟିଜ୍ ରୋଗୀଙ୍କ କ୍ଷେତ୍ରରେ ଏହା ମଧ୍ୟ ଖୁବ୍ ଉପକାରୀ । ଯେଉଁମାନଙ୍କର ମେଦବହୁଳତା ରହିଛି, ପଖାଳ ଖାଇବା ଦ୍ବାରା ସେମାନେ ମଧ୍ୟ ଉପକୃତ ହୋଇପାରିବେ । ଶରୀରରେ ଥିବା ୫୦ରୁ ୬୦ ପ୍ରତିଶତ କ୍ୟାଲୋରୀକୁ ଏହା କମାଇ ଦେଇଥାଏ । ଏଥିରେ ପ୍ରଚୁର ଭିଟାମିନ୍ ରହିଛି । ପଖାଳ ସହିତ ବିଭିନ୍ନ ବ୍ୟଞ୍ଜନ ଖାଇବା ସବୁବର୍ଗର ଲୋକଙ୍କ ପାଇଁ ହିତକର ।

ପଖାଳରେ ରୋଗ ପ୍ରତିଷେଧକ ଶକ୍ତି ରହିଛି । ଓଡ଼ିଆଟିଏ ଏଇ ପଖାଳକୁ ସବୁବେଳେ ନିଜର କରିନେଇଛି । ସାରା ବିଶ୍ବରେ ପଖାଳକୁ ପହଞ୍ଚାଇବାକୁ ସମସ୍ତ ଓଡ଼ିଆ ଉଦ୍ୟମ ଜାରି ରଖିବା ଦରକାର ।

ତେଣୁ ଆମ ପଖାଳକୁ ବିଶ୍ବସ୍ତରରେ ପ୍ରଚାର ପ୍ରସାର ପାଇଁ ସମସ୍ତେ ଉଦ୍ୟମ କରିବାକୁ ଆମେ ଅନୁରୋଧ କରୁଛୁ 

Post a Comment

0 Comments