AD

By knocking Burned || ଧକ୍କା ଦେଇ ଜଳିଗଲା- ଜାଳିଦେଲା

 


ଧକ୍କା ଦେଲା ସ୍ପୀଡ଼ ବାଇକ , ଧକ୍କା ପରେ ଜଳିଗଲା । ନିଜେ ଜଳିଗଲା ଆଉ ଜାଳିଦେଲା ଆଉ ଗୋଟିଏ ବାଇକ୍  ।୨ବାଇକ୍ ଜଳି ୨ବାଇକ ଚାଳକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ।

ବାଇକ କୁ ଧକ୍କା ଦେଲା ସ୍ପୀଡ଼ ବାଇକ ।  ଧକ୍କା ପରେ ଜଳିଗଲା ଦୁଇଟି ବାଇକ । ଜଣେ ବାଇକ ଚାଳକ ନିଆଁ ରେ ପୋଡି ଗୁରୁତର ଅନ୍ୟ ଜଣେ ମଧ୍ୟ ମେଡିକାଲ ରେ ଭର୍ତ୍ତି । 16 ନମ୍ବର ଜାତୀୟ ରାଜପଥ ର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଚକବନ୍ଦୀ ଛକ ନିକଟ ରେ ଘଟିଛି ଦୁର୍ଘଟଣା ।

ଚକବନ୍ଦୀ ଛକ ନିକଟରେ ଜଣେ ବାଇକ ଚାଳକଙ୍କୁ ପଛରୁ ଏକ ସ୍ପୀଡ଼ ବାଇକ ଧକ୍କା ଦେଇଥିଲା । ଧକ୍କା ପରେ ଦୁଇଟି ଯାକ ବାଇକ ରେ ନିଆଁ ଲାଗିଯାଇଥିଲା । ସ୍ପୀଡ଼ ବାଇକ ରେ ଥିବା ଯୁବକ ଜଣକ ନିଆଁ ରେ ପୋଡିଯାଇଥିବା ବେଳେ ଅନ୍ୟ ବାଇକ ଚାଳକ ମଧ୍ୟ ବାଇକ ରୁ ଛିଟିକି ପଡ଼ିଥିଲେ । ଭଣ୍ଡାରିପୋଖରୀ ଅଗ୍ନୀଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ଦୁଇ ଜଣଙ୍କୁ ମେଡିକାଲ ରେ ଭର୍ତ୍ତି କରିଛନ୍ତି । ଉଭୟ ଙ୍କ ଅବସ୍ଥା ଗୁରୁତର ରହିଛି ।

Post a Comment

0 Comments