AD

Blocking-checking in the capital || ରାଜଧାନୀରେ ବ୍ଲକିଂ-ଚେକିଂ



ରାଜଧାନୀରେ ବ୍ଲକିଂ ଆଉ ଚେକିଂକୁ ଜୋରଦାର କରାଯାଇଛି । ବିଭିନ୍ନ ଛକରେ କମିଶନରେଟ ପୋଲିସ ଗାଡି  ଅଟକାଇ  ଚାଳକଙ୍କ ଗାଡି ଯାଞ୍ଚ କରାଯାଇଛି । ଏଥିସହିତ ଗାଡି ଚାଳକ ମାନେ କେତେ ପରିମାଣର ମଦ୍ୟପାନ କରି ଗାଡି ଚଳାଉଛନ୍ତି ତାହା ମଧ୍ୟ ଯାଞ୍ଚ ହୋଇଛି. ମଙ୍ଗଳବାର  ରାତିରେ ଲକ୍ଷ୍ମୀ ସାଗର ଥାନା ଅଧୀନରେ ଥିବା ଝାରପଡା ଗୋଲେଇ ଛକ , କଳ୍ପନା ଛକ , ଚନ୍ଦ୍ରଶେଖରପୁର ନନ୍ଦନକାନନ ରାସ୍ତା,  ପଟିଆ ଛକ ଓ ସୁନ୍ଦରପଦା ଛକରେ ବ୍ଲକିଂ ଚେକିଂକୁ ଯୋରଦାର କରାଯାଇଛି ।

  ସେହିଭଳି କ୍ୟାପିଟାଲ, ଲିଙ୍ଗରାଜ,ଖଣ୍ଡଗିରି,ଏୟାର ଫିଲଡ ଥାନା ଅଧୀନରେ ଥିବା ବିଭିନ୍ନ ଛକରେ ବ୍ଲକିଙ୍ଗ ଆଉ ଚେକିଙ୍ଗକୁ ଜୋରଦାର କରାଯାଇଛି । ରାଜଧାନୀର ୫୪ ଟି ଛକରେ ପୋଲିସ ମୁତୟନ କରାଯାଇ ବୁକିଂ ଓ ଚେକିଂ କୁ ଜୋରଦାର କରାଯାଇଥିଲା ।  ଏହି ବୁକିଂ ଚେକିଂ ସମୟରେ ବିଭିନ୍ନ ଥାନାର ୫୪ ଅଫିସର ପ୍ରତି ଜୋନ ଏସିପି ଓ ଥାନା ଅଧିକାରୀ ଙ୍କ ସମେତ ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ରାଜଧାନୀରେ ଲୋକମାନଙ୍କୁ ସୁରକ୍ଷା ଦେବା ପୋଲିସ ର କର୍ତବ୍ୟ ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂହ ।


Post a Comment

0 Comments