AD

BJP will fight alone in Odisha || ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ

 


ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀରୁ ଫେରିବା ପରେ ମାପିଚୁପି ମନ୍ତବ୍ୟ ରଖିଥିବା କଥା ଦୋହରାଇଛନ୍ତି । ମଧ୍ୟାହ୍ନ ସମୟରେ ମନମୋହନ ଦେଇଥିବା ମନ୍ତବ୍ୟରେ ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ ଓ ସରକାର ଗଠନ କରିବ ବୋଲି ସ୍ପଷ୍ଟ କରିଛନ୍ତି। ମନମୋହନ କହିଛନ୍ତି,ଓଡ଼ିଶାରେ ବିଜେପିର ସରକାର ହେବ । ଓଡ଼ିଶାର ଅସ୍ମିତାକୁ ନେଇ ଆମେ ଲୋକଙ୍କ ପାଖକୁ ଯିବୁ, ନିର୍ବାଚନ ଲଢ଼ିବୁ । ଲୋକମାନଙ୍କ ଆଶୀର୍ବାଦ, ଶୁଭେଚ୍ଛାରେ ସରକାର କରିବୁ। ଏଥର ନିର୍ବାଚନ ଦାୟିତ୍ୱ ଓଡ଼ିଶାର ଲୋକମାନେ ନେବେ। ଲୋକଙ୍କ ସାହାଯ୍ୟ, ସହଯୋଗ ନେଇ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାର ବିଜେପି ଏକାକୀ ଲଢ଼ିବ ଓ ସରକାର ଗଠନ କରିବ । 

ଓଡ଼ିଶା ଅସ୍ମିତାକୁ ନେଇ ଆମେ ଲୋକଙ୍କ ପାଖକୁ ଯିବୁ। ଆସନ୍ତାକାଲି ଅପରାହ୍ନରେ ନିର୍ବାଚନ କମିଟି ବସି ସବିଶେଷ ରିପୋର୍ଟ କେନ୍ଦ୍ରୀୟ ବିଜେପି ନେତାଙ୍କ ନିକଟକୁ ପଠାଯିବ । ତେଣୁ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ହେଉ ନ ଥିବା ନେଇ ଏବେ ଏକ ପ୍ରକାର ସ୍ପଷ୍ଟ ହୋଇ ସାରିଥିବା ଚର୍ଚ୍ଚା ହେଉଛି। 

 ରାଜ୍ୟରେ ବିଜେପି-ବିଜେଡି ମଧ୍ୟରେ କୌଣସି ମେଣ୍ଟ ହେବନି,ବିଜେପି ଏକା ଲଢ଼ିବ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସ୍ପଷ୍ଟ କରି ଆସୁଥିଲେ। ମାତ୍ର ଏହାପରେ ବି ମେଣ୍ଟ ହେବା ନେଇ ଲୋକଙ୍କ ମଧ୍ୟରେ ଆଲୋଚନା ଜାରି ରହିଥିଲା।

Post a Comment

0 Comments