AD

Beer bottle hope || ବିଅର ବୋତଲ ଭରସା


 

ଢେଙ୍କାନାଳରେ ହାତୀଙ୍କ ପରେ ଏବେ ବଢି ଚାଲିଛି ବଣୁଆ ବାରହାଙ୍କ ଉପଦ୍ରବ । ଶହ ଶହ ଏକର ବାଦାମ ଚାଷ କୁ ଉଜାଡ଼ି ଦେଉଛନ୍ତି ଏହି ବଣୁଆ ବାରହା । ଆଉ ନିଜର ଚାଷ ଉଜୁଡି ଯାଉଥିଲେ ମଧ୍ୟ ବନ ବିଭାଗର ନିଷ୍କ୍ରିୟତା ନେଇ ଏବେ ହତାସ ହୋଇପଡିଛନ୍ତି ବାଦାମ ଚାଷୀ। ଏପରିସ୍ଥଳେ ଢେଙ୍କାନାଳରେ ବଣୁଆ ବାରହା ଙ୍କ ଉପଦ୍ରବରୁ ରକ୍ଷା ପାଇଁ ଚାଷୀ ମାନେ କିପରି ବିଅର ବୋତଲ ଉପରେ ଭରସା କରିଛନ୍ତି ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ।

ସୁଲୁସୁଲୁ ପବନରେ ବାଦାମ ବିଲରୁ ଭାସି ଆସୁଛି ବିଅର ବୋତଲର ଟନ ଟନ ଶବ୍ଦ । ଆଉ ବଦାମ ବିଲ ଚାରିଆଡେ ଝୁଲିଛି ବିଅର ବୋତଲ । ଆଉ ବିଲ ହୁଡାରେ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଏପରି ଦୃଶ୍ୟ ଦେଖିବାକୁ ମିଲୁଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ କରମୂଳ ଓ ବାଇସିଂହା ପଂଚାୟତର ନଦୀକୂଳ ଅଂଚଳରେ । ହଁ ଆମେ କହୁଛୁ ବ୍ରହାଣୀ କୂଳିଆ ବାଦାମ ଚାଷର ଅବସ୍ଥା କଥା। ପ୍ରଥମେ ହାତୀ ଆଉ ଏବେ ବଢି ବଢି ଚାଲିଛି ବଣୁଆ ବାରହାଙ୍କ ଉପଦ୍ରବ । ଉଜାଡ଼ି ଦେଉଛନ୍ତି ଶହ ଶହ ଏକରର ବାଦାମ ଚାଷ । ମାତ୍ର ବନ ବିଭାଗ ର ନିଷ୍କ୍ରିୟତା ନେଇ ବାଦାମ ଚାଷୀ ହତାସ । ଏପରିସ୍ଥଳେ ବିଚରା ବାଦାମ ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସୁଛନ୍ତି। ସନ୍ଧ୍ୟା ହେଲେ ପଙ୍ଗପାଳଙ୍କ ପରି ଶହ ଶହ ସଂଖ୍ୟାରେ ବଣୁଆ ବାରହା  ବାଦାମ ବିଲରେ ମାଡି ଯାଉଛନ୍ତି। ଚାହୁଁ ଚାହୁଁ  ବାଦାମ ବିଲ ରେ ପଶି ବାଦାମ ଗଛର ମୂଳ ଉପାଡ଼ି ଖାଇ ବିଲରୁ ଵାଦାମ ଗଛ ସବୁ ଲଣ୍ଡା କରିଦେଉଛନ୍ତି।  ଫଳରେ କ୍ଷତି ସହି ସହି ଚାଷୀ ମାନେ ହତାସ ହୋଇଯାଇଥିଲେ ମଧ୍ୟ ବନ ବିଭାଗ ଶୁଣୁନଥିବା ଅଭିଯୋଗ କରୁଛନ୍ତି।

ବ୍ରହାଣୀ ନଦୀ କୂଳିଆ ଢେଙ୍କାନାଳ ଜିଲ୍ଲାର ସଦର ,ଗଁନ୍ଦିଆ ଓ ଓଡ଼ପଡା ବ୍ଲକ ଅଂଚଳରେ ଏହି ବଣୁଆ ବାର ହା ଏବେ ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛନ୍ତି। ବିଶେଷ କରି ଗଁନ୍ଦିଆ ବ୍ଲକ ର କରମୂଳ , ବାଇସିଂହା ଆଦି ପଂଚାୟତ ରେ ବାର ହାଙ୍କ  ଉତ୍ପାତ ଚରମ ସୀମା ଡେଇଁ ଯାଇଛି ।  ଅନୁକୂଳ ଜଳବାୟୁ ଯୋଗୁଁ ବ୍ରାହ୍ମଣୀ ନଦୀକୂଳର ଏହି କରମୂଳ ଓ ବାଇସିଂହା  ପଂଚାୟତର ଚାଷୀ ମାନେ ନିଜ ବାପ ଅଜା ଅମଳରୁ   ବାଦାମ ଚାଷ କୁ ମୁଖ୍ୟ ବେଉଷା ଭାବେ ଗ୍ରହଣ କରିଥାନ୍ତି। ଏଥିପାଇଁ  ବ୍ୟାଙ୍କ ଋଣ ଓ  ଧାର କରଜ କରି  ଶହ ଶହ ଏକର ବାଦାମ ଚାଷ କରିଛନ୍ତି।   ମାତ୍ର ଆଖି ଆଗରେ ନିଜର ବର୍ଷକର ପରିଶ୍ରମ କୁ ବଣୁଆ ବାରହା ଉଜାଡ଼ି ଦେଉଥିଲେ ମଧ୍ୟ  ବନବିଭାଗର ନିଷ୍କ୍ରିୟତା ନେଇ ଚାଷୀ ମାନେ ସମ୍ପୂର୍ଣ ଭାଙ୍ଗି ପଡିଥିବା ପ୍ରକାଶ କରନ୍ତି । ଆଉ ବିକଳ୍ପ ଭାବେ ବଣୁଆ ବାର୍ହାଙ୍କ ଉପଦ୍ରବ ରୁ ରକ୍ଷା ପାଇଁ ଏହି ବିଅର  ବୋତଲ କୁ ଆଶ୍ରା କରି ରହିଛନ୍ତି।

ଚାଷୀମାନେ ୪ଟି ବିଅର ବୋତଲକୁ ପାଖା ପାଖି ଝୁଲାଇ ଦେଉଛନ୍ତି। ମଝିରେ ଏକ ସୂତା ରେ ଏକ ଲୁହା ନଟ କୁ ଝୁଲାଇ ତା ତଳକୁ ଏକ କାଗଜ ପଟି  ବାନ୍ଧି ଦିଆଯାଉଛି ।ପବନରେ ଝୁଲୁଥିବା କାଗଜ ପଟି  ହଳୁଥିବାରୁ ଲୁହା ନଟ ଟି ଚାରିପଟେ ଖାଲି ବିଅର ବୋତଲ ରେ ବାଜି ଟନ ଟନ ଶବ୍ଦ କରୁଛି। ଫଳରେ ବଣୁଆ ବାର୍ହା ଏହି ଶବ୍ଦ ଶୁଣି ତର୍କି ପଡି ପଳାଉ ଥିବା ପ୍ରକାଶ କରନ୍ତି  ଚାଷୀ। ଆଉ ଏହି ବିଅର ବୋତଲ ବଣୁଆ ବାର୍ହା ମାନଙ୍କ କବଳରୁ ଏହି ବାଦାମ ଚାଷକି କିଛି ମାତ୍ରାରେ ସୁରକ୍ଷା ଦେଉଥିବାରୁ ଏହା ଉପରେ ଭରସା କରିଛନ୍ତି ବାଦାମ ଚାଷୀ। ଏହା ଏକ ଭିନ୍ନ ଶବ୍ଦ ହୋଇଥିବାରୁ ବଣୁଆ ବାର୍ହା ନିଜକୁ ଅସୁରକ୍ଷିତ ସୂଚନା ନେଇ ପଳାଉ ଥିବା ଅନୁମାନ କରାଯାଉଛି। ଯାହା ଫଳରେ ଏହି ବାଦାମ ଚାଷୀ ମାନେ ଏବେ ବନବିଭାଗ ଉପରୁ ଆସ୍ଥା ତୁଟାଇ ଏହି ବିଅର ବୋତଲ ଉପରେ ଭରସା ରଖିଛନ୍ତି…

Post a Comment

0 Comments