AD

Banagni Prashammit training camp program is organized by Beapariguda Forest Department || ବୈପାରିଗୁଡା ବନବିଭାଗ ତରଫରୁ ବନାଗ୍ନି ପ୍ରଶମିତ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ


 

ପ୍ରତି ବର୍ଷ ଦୁର୍ଗମ ଅଂଚଳରେ ଥିବା ଜଙ୍ଗଲ ଗୁଡିକରେ ନିଆଁ ଲାଗି ପରିବେଶ ନଷ୍ଟ ହେଉଥିବା ବେଳେ ଏବେ କିଛି ବର୍ଷ ହେବ ବନବିଭାଗ ପକ୍ଷରୁ ଗାଁ ଗହଳି ମାନଙ୍କରେ ଲୋକଙ୍କୁ ନେଇ ସଚେତନତା ଶିବିର କରିବା ସହ ବିଭିନ୍ନ ସ୍ଥାନରେ କର୍ମଶାଳା ଆୟୋଜନ କରି ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ବୁଝାଯାଉଥିବାର ଦେଖାଯାଉଛି ।

 ବୈପାରିଗୁଡା ବନବିଭାଗ ତରଫରୁ ବୈପାରିଗୁଡା ବନାଂଚଳ କାର୍ଯ୍ୟାଳୟ ପରିସର ଠାରେ ବନାଗ୍ନି ପ୍ରଶମିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିଥିବାର ଜଣାପଡିଛି ବୈପାରିଗୁଡା ବନାଂଚଳ ଅଧିକାରୀ ସନ୍ଦୀପ କୁମାର ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ଯକ୍ଷ ପ୍ରଶାନ୍ତ କୁମାର ଗୁପ୍ତା ,୧୮୧ ବିଏନ ବିଏସ୍‌ଏଫ୍ ର ସୁବେଦାର ମେଜେର ସନ୍ତୋଷ ସିଂ , ଅଗ୍ନିଶମ ଅଧିକାରୀ ଅଦିତ୍ ଦାସ, ସରପଂଚ ସୂର୍ଯ୍ୟମଣି ନାୟକ, ଦଶମନ୍ତପୁର ସରପଂଚ ଆର.ରୋହିତ କୁମାର, ଜୟପୁର ଏସିଏଫ ପ୍ରଶାନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ନିଆଁ ଦାଉରୁ ଜଙ୍ଗଲର ସୁରକ୍ଷା ପାଇଁ ସମସ୍ତେ ସଚେତନ ହେବାକୁ ଉପସ୍ଥିତ ଗାଁ ଗହଳିର ଲୋକଙ୍କ ସହିତ ଆଲୋଚନା କରିବା ସହ ପ୍ରତିବର୍ଷ ସଚେତନତା ଅଭାବରୁ ଜଙ୍ଗଲରେ ନିଆଁ ଲାଗି ମୁଲ୍ୟବାନ ପୋଡି ପାଉଁଶ ହୋଇଥାଏ  ତଥା ବନ୍ୟଜନନ୍ତୁ ମଧ୍ୟ ପ୍ରଭାବିତ ହୋଇଥାନ୍ତି ବୋଲି ବୁଝାଇଥିଲେ ।

 ଏହାର ନିରାକରଣ ପାଇଁ ଆଗାମୀ ଦିନରେ ବନ  ସଂରକ୍ଷଣ ସମିତି ସହ ଜନସାଧାରଣଙ୍କୁ ମାନଙ୍କରେ ସଚେତନ କରାଯିବ ବୋଲି ବନ  ବିଭାଗ  ତରଫରୁ ସୂଚନା ଦିଆଯାଇଥିଲା । ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବହୁଳ ଭାବରେ ସଚେତନତା ସୃଷ୍ଟି କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ନିଆଁ ଲାଗିବାର ସମ୍ଭାବ୍ୟ କାରଣକୁ ରୋକିବା ଲକ୍ଷ୍ୟକୁ ନେଇ ସଚେତନତା ହେବା କିପରି ସେହି ବିଷୟକୁ ନେଇ ବୁଝାଇଥିଲେ । ଜଙ୍ଗଲରେ ନିଆଁ ନ ଲଗାଇବା ସହିତ ମହୁଲ ଫୁଲ ସଂଗ୍ରହ ପାଇଁ ଖୁଖିଲା ପତ୍ର ଓ ଜମିରେ ନଡାରେ ନିଆଁ ଲଗାଇବାକୁ ବିରୋଧ କରିବାକୁ ମଧ୍ୟ ଗ୍ରାମବାସୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା । ବନବିଭାଗର ବନପାଳ ଲଲିତା ହରିଜନ , ରବିନ୍ଦ୍ର ପ୍ରଧାନ, ଏମ.ଶ୍ରୀନୁବାସ, ବନରକ୍ଷୀ ପ୍ରିୟଙ୍କା କର, ମନୋରମା ଦେବୀ , କରୁଣା ଦିସାରୀଙ୍କ ସହ ପାରା କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିବାର ଜଣାପଡିଛି ।

 

 


Post a Comment

0 Comments