AD

Agnibir's passing out || ଅଗ୍ନିବୀରଙ୍କ ପାସିଂ ଆଉଟ୍

 


ଚିଲିକା ନୌସେନା ତାଲିମ କେନ୍ଦ୍ରରେ ଥାର୍ଡ ବ୍ୟାଚ୍ ଟ୍ରେନିଂର ପାସିଙ୍ଗ୍-ଆଉଟ୍ ପ୍ୟାରେଡ଼ ଅନୁଷ୍ଠିତ ।  ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ସ୍ଥିତ ଚିଲିକା ନୌସେନା ତାଲିମ କେନ୍ଦ୍ରରେ ଥାର୍ଡ ବ୍ୟାଚ୍ ରେ  2630 ଜଣ ଅଗ୍ନିବୀର ଟ୍ରେନିଂ ନେଉଥିବା ବେଳେ 396 ମହିଳା ଏବଂ 2234 ପୁରୁଷ ଅଗ୍ନିବୀର ଟ୍ରେନିଂ ନେଇଥିଲେ।ଏହି ଅଗ୍ନିବୀର ମାନେ ଦୀର୍ଘ ୧୬ ସପ୍ତାହ ଧରି ଟ୍ରେନିଂ ନେଇଥିଲେ । ଆଜି ସେମାନଙ୍କ ପାସିଙ୍ଗ୍-ଆଉଟ୍ ପ୍ୟାରେଡ଼ ଅନୁଷ୍ଠିତ ହୋଇଛି । ନୌସେନା ମୁଖ୍ୟ ଆଡମିରାଲ ଆର୍. ହରି କୁମାର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ।

  ଦକ୍ଷିଣ ନୌସେନା କମାଣ୍ଡର ଫ୍ଲାଗ୍  ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭାଇସ୍ ଆଡମିରାଲ୍  ଭି. ଶ୍ରୀନିବାସ ମଧ୍ୟ ଉପସ୍ଥିତ ଥିଲେ।ନୌସେନା ମୁଖ୍ୟ ଏହି ସମାରୋହରେ ଯୋଗଦେଇ ବିଭିନ୍ନ ବିଭାଗକୁ ପୁରସ୍କାର ଓ ଟ୍ରଫି ପ୍ରଦାନ  କରିଥିଲେ ।

Post a Comment

0 Comments