AD

Aadhaar card update deadline extended till June 14 || ଜୁନ୍ ୧୪ ପର୍ଯ୍ୟନ୍ତ ଆଧାର କାର୍ଡ ଅପଡେଟର ସମୟସୀମା ବୃଦ୍ଧି

 


କେନ୍ଦ୍ର ସରକାର ଆଧାର କାର୍ଡର ମାଗଣା ଅପଡେଟ୍ ପାଇଁ ସମୟସୀମା ବୃଦ୍ଧି କରିଛନ୍ତି । ଅପଡେଟର ଶେଷ ତାରିଖ ମାର୍ଚ୍ଚ ୧୪  ଥିବା ବେଳେ ବର୍ତ୍ତମାନ ଆପଣ ଜୁନ୍ ୧୪ ପର୍ଯ୍ୟନ୍ତ ଆଧାର କାର୍ଡ ଅପଡେଟ୍ କରିପାରିବେ । ଏନେଇ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ସୂଚନା ଦେଇଛି ୟୁଆଇଡିଏଆଇ । ଏହି ମାଗଣା ସେବା କେବଳ ମାଇଆଧାର ପୋର୍ଟାଲରେ ଉପଲବ୍ଧ ହେବ । 

ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଗତ କିଛି ଦିନ ତଳେ ସମସ୍ତ ଆଧାର କାର୍ଡ ୟୁଜର୍ସଙ୍କୁ ନିଜ ୧୦ବର୍ଷ ପୁରୁଣା ଆଧାର କାର୍ଡକୁ ଅପଡେଟ କରିବାକୁ କେନ୍ଦ୍ର ସରକାର କହିଥିଲେ । ୟୁଆଇଡିଏଆଇ ଅନୁସାରେ, ୟୁଜର୍ସମାନେ ମାଇଆଧାର ପୋର୍ଟାଲରେ ମଧ୍ୟ ସମସ୍ତ ଅପଡେଟ୍ କରିପାରିବେ । ଏଥିପାଇଁ ୟୁଜର୍ସମାନଙ୍କୁ ଆଧାର ଅପଡେଟ ସମ୍ବନ୍ଧୀୟ ସମସ୍ତ ଡକ୍ୟୁମେଣ୍ଟ ଅପଲୋଡ କରିବାକୁ ପଡିବ । ଏହା ବ୍ୟତୀତ ୟୁଜର୍ସମାନେ ଅଫଲାଇନରେ ମଧ୍ୟ ଆଧାର କାର୍ଡ ଅପଡେଟ କରିପାରିବେ । 

Post a Comment

0 Comments