AD

A truck ran over a motorcyclist || ମଟର ସାଇକେଲ ଚାଳକଙ୍କ ଉପରେ ଚଢ଼ିଗଲା ଟ୍ରକ୍

 


ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନମ୍ୱର ଜାତୀୟ ରାଜପଥ ର କତାରା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣେ ମଟରସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ  ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଗୋଷାଣିପାଳ ଗ୍ରାମର ଶ୍ରୀ ବିପିନ ସାହୁ ବୋଲି ଜଣାପଡିଛି । ସୂଚନା ଅନୁସାରେ ଶ୍ରୀ ସାହୁ ମଟରସାଇକେଲ ଚଢ଼ି ଘରକୁ ଯାଉଥିବା ସମୟରେ କତରା ଛକ ନିକଟରେ ବିଶୋଇ ପଟୁ ଆସୁଥିବା ଏକ ଦୃତଗାମୀ ଟ୍ରକ ଧକ୍କା ଦେବା ଫଳରେ ସେ ତଳେ ପଡ଼ିଯାଇ ଥିଲେ ,ପଡ଼ିବା ଦ୍ଵାରା ଟ୍ରକ ଟି ତାଙ୍କୁ ଛକ ଠାରୁ ପ୍ରାୟ ୪୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ଆଣିଥିଲା । ଘୋଷାଡି ଆଣିବା ଫଳରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାଟି ଏପରି ଘାଟିଥିଲା ଯେ ମୃତକ ବ୍ୟକ୍ତିଙ୍କୁ ଚିହ୍ନିବା କଷ୍ଟକର ହୋଇ ପଡ଼ିଥିଲା ।

  ସ୍ଥାନୀୟ ଲୋକେ ଥାନାକୁ ଖବର ଦେବା ଫଳରେ ଉଭୟ ଝାର ପୋଖରିଆ ପୋଲିସ ଏବଂ ବାଙ୍ଗିରିପୋଷି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା  OD 09R 2363 ନମ୍ବର ବିଶିଷ୍ଟ ଆଇରନ ବୋଝେଇ ଟ୍ରକଟିକୁ ବାଲିଆ ସାହି ପେଟ୍ରୋଲ ପମ୍ପ ନିକଟରେ ଅଟକ ରଖି ତଦନ୍ତ ଜାରି ରଖିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ଆମ୍ବୁଲାନ୍ସ ଯୋଗେ ବାରିପଦା ପି ଆର ଏମ ଡ଼ାକ୍ତରଖାନ କୁ ପଠାଇ ଥିଲେ ଏବଂ ଟ୍ରକ୍ ଟିକୁ ବାଙ୍ଗିରିପୋଷି ପୋଲିସ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରହିଛି।


Post a Comment

0 Comments