AD

A moving truck caught fire || ଚଳନ୍ତା ଟ୍ରକରେ ଲାଗିଲା ନିଆଁ

 


ଚଳନ୍ତା ଟ୍ରକରେ ଲାଗିଗଲା ନିଆଁ ।ନିଆଁର ବେଗ ଏତେ ପ୍ରଖର ଥିଲା ଯେ ଲିଭାଇବାକୁ ଲାଗିଗଲା ପୁରା ୩ଘଣ୍ଟା । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ୫୩ ନମ୍ବର ଜାତୀୟ ରାଜପଥ ବଉଦ ଅଫିସ ଛକ ନିକଟରେ ଘଟିଛି ଏଇ ଅଭାବନୀୟ ଘଟଣା । ମାର୍ଶାଘାଇରୁ ପାରାଦୀପ ଆଡକୁ ଯାଉଥିବା ଏକ ଟ୍ରକରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଖବରପାଇ ମାର୍ଶାଘାଇ ଅଗ୍ନିଶମ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିବାକୁ ଲାଗିପଡିଥିଲେ । ପାଖାପାଖି ୩ ଘଣ୍ଟା ପରେ ଆୟତ୍ତ ହୋଇଥିଲା ନିଆଁ । ଅଗ୍ନିକାଣ୍ଡ ର କାରଣ ଅଷ୍ପଷ୍ଟ ଥିବା ଜଣାପଡିଛି ।ରାସ୍ତା ଉପରେ ଚଳନ୍ତା ଟ୍ରକରେ ନିଆଁକୁ ଦେଖି ଉଭୟପଟୁ ଗାଡି ଚଳାଚଳ ଦୀର୍ଘ ସମୟ ପାଇଁ ବ୍ୟାହତ ହୋଇଥିଲା ।

Post a Comment

0 Comments