AD

10 crore worth of marijuana Burned Boudh Police || ୧୦ କୋଟି ଟଙ୍କାର ଗଞ୍ଜେଇ ପୋଡ଼ିଲା ବୌଦ୍ଧ ପୋଲିସ

 



ବୌଦ୍ଧ ଜିଲ୍ଲା ପୋଲିସ ପକ୍ଷରୁ ୧୦ କୋଟି ଟଙ୍କାର ଗଞ୍ଜେଇ କୁ ପୋଡ଼ି ନଷ୍ଟ କରାଯାଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୩୧ ଟି ମାମଲା ରେ ଜବତ ହୋଇଥିବା ୯୭ କୁଇଣ୍ଟାଲ୍ ୭୩ କେଜି ଗଞ୍ଜେଇ କୁ ପୋଡ଼ି ନଷ୍ଟ କରାଗଲା। ଗଞ୍ଜାମ ସ୍ଥିତ ମେଡିଆକ ମର୍କେଟିଙ୍ଗ ସର୍ଭିସେସ ନାମକ କେନ୍ଦ୍ରରେ ପୋଡ଼ି ନଷ୍ଟ କରାଗଲା । ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ ଙ୍କ ଉପସ୍ଥିତି ରେ ନଷ୍ଟ କରାଗଲା।

 ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାରେ ଅପରେସନ ଗ୍ରୀନ କ୍ଲିନ୍ ଜରିଆରେ ପ୍ରାୟ ୩୧ ଟି ମାମଲା ରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲା ବୌଦ୍ଧ ପୋଲିସ ।ତେବେ ପ୍ରାୟ ୩୧ ମାମଲାରେ ଜବତ ହୋଇଥିବ ୯୭ କୁଇଣ୍ଟାଲ୍ ୭୩ କେଜି ଗଞ୍ଜେଇ ଗୁଡ଼ିକୁ ଆଜି ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ, ମାଜିଷ୍ଟ୍ରେଟ ଓ ବୌଦ୍ଧ ଏସପି ରାଜ ପ୍ରସାଦ ଙ୍କ ଉପସ୍ଥିତି ରେ ପୋଡ଼ି ନଷ୍ଟ କରାଯାଇଛି। 

ତେବେ ନଷ୍ଟ କରିଥିବା ଗଞ୍ଜେଇ ର ଆନୁମାନିକ ମୂଲ୍ୟ ପ୍ରାୟ ୧୦ କୋଟି ହେବା ନେଇ ସୂଚନା ମିଳିଛି । ତେବେ ଆଗାମୀ ଦିନରେ ଜିଲ୍ଲାରୁ ଜବତ ହୋଇଥିବା ଗଞ୍ଜେଇ  ଗୁଡ଼ିକୁ ପର୍ଯ୍ୟାୟ କ୍ରମେ ପୋଡ଼ି ନଷ୍ଟ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଏସପି ରାଜ ପ୍ରସାଦ ସୂଚନା ଦେଇଛନ୍ତି ।

Post a Comment

0 Comments