AD

Speaking of theft Woman beaten in kangaroo court || ଚୋରା ପିରତି କଥା କହି କଙ୍ଗାରୁ କୋର୍ଟରେ ମାଡ଼ଖାଇଲେ ମହିଳା


ଖଲ୍ଲିକୋଟ ଥାନା ତେନ୍ତୁଳିଆପଲ୍ଲୀ ଗାଁରେ କଙ୍ଗାରୁ କୋର୍ଟ । ଦେଖନ୍ତୁ ଏଇ ଦୃଶ୍ୟକୁ ଗାଁ ମଝିରେ କେମିତି ଜଣେ ମହିଳାଙ୍କୁ ଖୁଣ୍ଟି ରେ ବାନ୍ଧି ପିଟୁଛନ୍ତି  କିଛି ଲୋକ । ଭୁଲି ଯାଇଛନ୍ତି ମାନବିକତା । ଆଇନକୁ ନେଇ ଯାଇଛନ୍ତି ହାତକୁ । ସାମାନ୍ୟ କଥାକୁ ନେଇ ଗୋରୁଗାଈଙ୍କୁ ମାଡ଼ ଦେବା ଭଳି ମାରିଚାଲିଛନ୍ତି । ପିଡିତା ବିକଳ ହୋଇ କିଛି କହୁଛନ୍ତି । ତଥାପି ଶୁଣୁନାହାନ୍ତି ତାଙ୍କରି କଥା । ମଣିଷ ବି ହୋଇପାରେ ଏମିତି ନୃଶଂସ । 

ଏହି ଘଟଣାରେ ଖଲ୍ଲିକୋଟ ପୋଲିସ ୫ ଜଣକୁ ଗିରଫ କରିଛି । ସେଥିରୁ ତିନି ଜଣ ମହିଳା ଓ ୨ ଜଣ ପୁରୁଷ ରହିଛନ୍ତି | ଗିରଫ ମାନେ ହେଲେ ତେନ୍ତୁଳିଆପଲ୍ଲୀ ଗ୍ରାମର ଅପସରା ରାଉତ,   ଝୁନୁ ରାଉତ, ସିଙ୍ଗିପୁର ଗ୍ରାମର କବିତା ସାହୁ, ସପନ ସାହୁ ଓ ତପନ ସାହୁ । ଶୁକ୍ରବାର ଦିନ ଘଟିଥିଲା ଏହି ଘଟଣା  | ଏବେ ଏଇ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି | ଏନେଇ ଖଲ୍ଲିକୋଟ ଥାନାରେ ରୁଜୁ ହୋଇଥିଲା ମାମଲା | ଖଲ୍ଲିକୋଟ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି | ତେବେ ଜନୈକ ବ୍ୟକ୍ତି ଓ ମହିଳାଙ୍କର ଅନୈତିକ ସମ୍ପର୍କ ପ୍ରଘଟ କରିବା କାରଣରୁ ମହିଳାଙ୍କୁ ବାନ୍ଧି କିଛି ଲୋକ ଗାଁ ମଝିରେ ନିର୍ଯାତନା ଦେଇଥିବା ଜଣାପଡ଼ିଛି |

 


Post a Comment

0 Comments