AD

Pradhanpat Falls Never turn around || ପ୍ରଧାନପାଟ ଜଳପ୍ରପାତ କେବେ ବୁଲିଯାଆନ୍ତୁ

 


ସୁସ୍ଥ ଜୀବନଯାପନ ପାଇଁ ସମସ୍ତେ କର୍ମମୟ ଜୀବନ ରୁ କିଛି ସମୟ ଦୂରେଇ ଯାଇ ଅବସର ନେଇ ବିଶ୍ରାମ ନେଇଥାନ୍ତି । ଏହି ସମୟ କାଟିବା ପାଇଁ ମନୁଷ୍ୟ ଜୀବନ ରେ ପର୍ଯ୍ୟଟନସ୍ଥଳୀ ର ଆବଶ୍ୟକତା ପଡିଥାଏ। ଆମରାଜ୍ୟରେ ଏଭଳି ଅନେକ ପର୍ଯ୍ୟଟନସ୍ଥଳୀ ରହିଛି, ଯେଉଁଠି ଜନସାଧାରଣ , ପର୍ଯ୍ୟଟକ ଯାଇ ଅବସର ବିନୋଦନ ପାଇଁ ଯୋଜନା କରିଥାନ୍ତି । ଏଭଳି ଏକ ପର୍ଯ୍ୟଟନସ୍ଥଳୀ ହେଉଛି ଦେବଗଡର ପ୍ରଧାନପାଟ ଜଳପ୍ରପାତ।

ଆମ ରାଜ୍ୟର ତିରିଶ ଜିଲ୍ଲା ମଧ୍ୟରେ କିଛି ନା କିଛି ପର୍ଯ୍ୟଟନସ୍ଥଳୀ ରହିଛି । ଆଉ ଏହି ପର୍ଯ୍ୟଟନସ୍ଥଳୀ ଗୁଡିକରେ ପର୍ଯ୍ୟଟକ ମାନଙ୍କ ଭିଡ ଲାଗି ରହିଥାଏ । ଏଭଳି ଏକ ପର୍ଯ୍ୟଟନସ୍ଥଳୀ ରହିଛି ଦେବଗଡ ଜିଲ୍ଲା ସଦର ମହକୁମାଠାରେ । ଦେବଗଡ ସହରକୁ ଜଳପ୍ରପାତର ସହର କୁହାଯାଇଥାଏ । ବଣ ପାହାଡ ଘେରା ଦେବଗଡ ସହରରେ ରହିଛି ଦୁଇଟି ଜଳପ୍ରପାତ। ସେଥିମଧ୍ୟରୁ ପ୍ରଧାନପାଟ ଜଳପ୍ରପାତରେ ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକ ଙ୍କ ଭିଡ ଜମୁଛି। ଏଠାକୁ ଆସି ପର୍ଯ୍ୟଟକ ସୁଉଚ୍ଚ ପାହାଡ଼ ମଧ୍ୟରୁ ତଳକୁ ଖସୁଥିବା ପ୍ରାକୃତିକ  ଜଳପ୍ରପାତ ଦେଖିବା ସହ ପ୍ରାକୃତିକ ପରିବେଶରେ ଭୋଜିକରିବାର ମଜା ନେଉଛନ୍ତି ।

ପ୍ରତ୍ୟେକ ଦିନ ପ୍ରଧାନପାଟ ଜଳପ୍ରପାତ ବୁଲି ଦେଖିବାକୁ ଦେଶୀ ଠାରୁ ବିଦେଶୀ ପର୍ଯ୍ୟଟକ ଙ୍କ ଭିଡ ଜମୁଛି । ରାଜ୍ୟ ର ବିଭିନ୍ନ ଜିଲ୍ଲାରୁ ତଥା ରାଜ୍ୟ ବାହାରୁ ମଧ୍ୟ ପର୍ଯ୍ୟଟକ ପ୍ରଧାନପାଟ ଆସି ବୁଲି ଦେଖିବା ସହ ପ୍ରାକୃତିକ ପରିବେଶ ମଧ୍ୟରେ ଭୋଜିଭାତ କରି ଆନନ୍ଦ ଅନୁଭବ କରୁଛନ୍ତି । ପର୍ଯ୍ୟଟନସ୍ଥଳୀ ର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ପ୍ରଧାନପାଟ ରେ ଆଉ କିଛି ଉନ୍ନୟନ ମୂଳକ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ସେହିପରି ନିରାପତ୍ତା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି।

ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ପ୍ରଧାନପାଟ ଜଳପ୍ରପାତ କୁ ଯିଏ ଥରେ ଆସିଛି ସେ ଆଉଥରେ ଆସିବାକୁ ନିଶ୍ଚୟ ଆଗ୍ରହ ପ୍ରକାଶ କରିଥାନ୍ତି । ପର୍ବତ ଆରୋହୀ ଙ୍କ ପାଇଁ ମଧ୍ୟ ପ୍ରଧାନପାଟ ପସନ୍ଦ ର ସ୍ଥାନ। ଶିଳ୍ପ ବିହୀନ ଦେବଗଡ ଜିଲ୍ଲା ରେ ଜନସାଧାରଣଙ୍କ ଆର୍ଥିକ ବିକାଶ ପାଇଁ ଏଭଳି ପର୍ଯ୍ୟଟନସ୍ଥଳୀ ର ବିକାଶ ପାଇଁ ଯୋଜନା କରିବାର ଆବଶ୍ୟକତା ରହିଛି।


Post a Comment

0 Comments