AD

Odisha's 2nd post office at Rayagada || ରାୟଗଡ଼ାରେ ଓଡ଼ିଶାର ୨ୟ ଝୁଲାପୋଲ

 


ଇତିହାସ ହୋଇ ରହିଯିବ ଓଡିଶାର ଦ୍ବିତୀୟ ଝୁଲାପୋଲ। ନିର୍ମାଣର ଦୀର୍ଘ ବର୍ଷ ପରେବି ବର୍ତମାନ ପର୍ଯ୍ୟନ୍ତ ଏହାର ମରାମତି କରାଯାଇନାହିଁ ବିପଦଶଙ୍କୁଳ ଦର୍ଶାଇ ଦୁଇବର୍ଷ ତଳୁ ଜିଲ୍ଲା ପ୍ରଶାସନ ଏହାକୁ ସିଲ୍ କରିଦେଇଛି ଯାହାକୁ ନେଇ ଦୂର ଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି

ଗୁଗୁଲରେ ରାୟଗଡା ଝୁଲାପୋଲର ସୂଚନା ରହିଛି। ଯାହାକୁ ଗୁଗୁଲ ଓଡିଶାର ଦ୍ବିତୀୟ ଝୁଲାପୋଲ ବୋଲି ଦର୍ଶାଇଛି ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଏହା ଜିଲ୍ଲାର ମୁଖ୍ୟ ଆକର୍ଷଣ ବୋଲି ତଥ୍ୟ ରହିଛି ଏହି ଝୁଲାପୋଲର ମଜା ନବାପାଇଁ ଓଡିଶା ତଥା ଓଡିଶା ବାହାରୁ ଆନ୍ଧ୍ର, ତେଲେଙ୍ଗାନା ସହ ଛତିଶଗଡରୁ ବହୁ ପର୍ଯ୍ୟଟକ ଆସିଥାନ୍ତି ହେଲେ ଏହି ଝୁଲାପୋଲ ସିଲ ହୋଇଥିବାରୁ ପର୍ଯ୍ୟଟକ ମାନେ ଏହାର ମଜା ଉଠାଇନପାରି ନିରାଶ ହୋଇ ଦୁଃଖରେ ଫେରିଯାଉଛନ୍ତି ଯାହାକି ଏବେ ଚିନ୍ତାର କାରଣ ପାଲଟିଛି ଏହାର ମରାମତି ରକ୍ଷଣ ବେକ୍ଷଣ କରାଯାଉନଥିବାରୁ ଏହାର ସ୍ଥାୟୀତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯାହାକୁ ନେଇ ପର୍ଯ୍ୟଟକଙ୍କ ମନରେ ଘୋର ଅସନ୍ତୋଷ ଦେଖାଦେଇଛି   

ଝୁଲାପୋଲ ନିର୍ମାଣ ହେବାର ୧୩ ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାବତ କୌଣସି ମରାମତି ହୋଇନାହିଁ ଝୁଲାପୋଲର ପୋଲ, ଲୁହାବାଡ ଅନ୍ୟାନ୍ୟ ଉପକରଣରେ କଳଙ୍କି ଲାଗିଯାଇଥିବା ବେଳେ ନାଗାବଳି ନଦୀ କଳ ଖାଉଥିବାରୁ ପିଲର ପାଇଁ ବିପଦ ସୃଷ୍ଟି କରିଛି

ରାୟଗଡାର ଝୁଲାପୋଲ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିବାରୁ ସେମାନେ ଝୁଲାପୋଲ ଦେଖିବାକୁ ଆସନ୍ତି ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ମରାମତି ପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣ ନିବେଦନ କରିଛନ୍ତି

Post a Comment

0 Comments