AD

lit the fire Girl's outerwear || ନିଆଁ ଜାଳିଦେଲା ଝିଅର ବାହା ସାମଗ୍ରୀ

 


ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଝିଅ ଲଗ୍ନ ପାଇଁ ଥିବା ଲକ୍ଷଲକ୍ଷ ଟଙ୍କାର ଆସବାବପତ୍ର ଓ ସୁନା ଅଳଙ୍କାର l ରାତି ପାହିଲେ ହୋଇଥାନ୍ତା ଝିଅର ଲଗ୍ନ । ହେଲେ ନିଆଁରେ ଆଁରେ ସବୁ କିଛି ପୋଡି ପାଉଁଶ ହୋଇ ଯାଇଛି l ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଉତୁକୁଡାରେ l ଉତୁକୁଡା ଗାଁରେ ରବୀନ୍ଦ୍ର ରାଉତ ଓ ଅଭୁମନ୍ୟୁ ରାଉତଙ୍କର ତିନି ବଖରା ଘର ବିଳମ୍ବିତ ରାତ୍ରୀରେ ଇଲେକ୍ଟ୍ରିକ ସର୍କସର୍କିଟରେ ପୋଡ଼ି ପାଉଁଶ ହୋଇ ଯାଇଛି । 

ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପଂହଚି ନିଆଁକୁ ଆୟତ କରିଥିଲେ  । ଏହି ଅଗ୍ନିକାଣ୍ଡରେ ରବୀନ୍ଦ୍ର ରାଉତଙ୍କର ଝିଅ ବିବାହ ପାଇଁ ଆଣିଥିବା ଲଗ୍ନ ସାମଗ୍ରୀ ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଓ ନଗଦ ଟଙ୍କା ପୋଡି ପାଉଁଶ ହୋଇ ଯାଇଛି l  ରାଜସ୍ୱ ବିଭାଗ ଅଧିକାରୀ ପହଂଚି ତଦନ୍ତ କରିବା ସହ ସ୍ଥିତି ଆକଳନ କରିଛନ୍ତି l ଏହି ଅଗ୍ନି ବିପନ୍ନ ପରିବାର ମାନଙ୍କୁ ପ୍ରଶାସନ ପକ୍ଷରୁ ତୁରନ୍ତ ସାହାର୍ଯ୍ୟ କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।

Post a Comment

0 Comments