AD

is buried Paradise Mouth || ପୋତି ହୋଇପଡ଼ିଛି ପାରାଦୀପ ମୁହାଣ

 




ମହାନଦୀ ମୁହାଣ ସାଜିଛି ମତ୍ସ୍ୟଜୀବି ମାନଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ l ବିଭିନ୍ନ ସମୟରେ ସମୁଦ୍ରର ପ୍ରଖର ଲହଡି ଓ ମହାନଦୀରେ ଆସୁଥିବା ବନ୍ୟା କାରଣରୁ ପୋତି ହୋଇଯାଉଥିବା ମୁହାଣରେ ବାରମ୍ବାର ଘଟୁଛି ଅନେକ  ଦୁର୍ଘଟଣା l ଯାହାର ଉଦାହରଣ ପାଲଟିଛି କିଛି ମାସ ଭିତରେ ଅନେକ ମାଛଧରା ବୋଟ ବୁଡି ମତ୍ସ୍ୟଜୀବି ନିଖୋଜ ଓ ମୃତାହତ ହେବା l

ପାରାଦୀପ ମାଛଧରା ବନ୍ଦର ଭାରତ ବର୍ଷରେ ଥିବା ପ୍ରମୁଖ ମାଛଧରା ବନ୍ଦର ମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଛି l ତେବେ ଏହି ମାଛଧରା ବନ୍ଦର ମଧ୍ୟରୁ ସମୁଦ୍ର ମଧ୍ୟକୁ ଯିବାର ମୁଖ୍ୟ ପ୍ରବେଶପଥ ମହାନଦୀ ମୁହାଣ ମତ୍ସ୍ୟଯିବି ମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି l ପ୍ରତ୍ୟେକ ବର୍ଷ ମହାନଦୀ ରେ ଆସୁଥିବା ବନ୍ୟା କାରଣ ରୁ ମୁହାଣ ମୁହଁ ପୋତି ହୋଇଯାଉଥିବା ବେଳେ ଏହାର ଖନନ କରାଯାଉନାହିଁ l ଯାହା ଫଳରେ ବିଭିନ୍ନ ସମୟରେ ମାଛଧରା ଟ୍ରଲର ହେଉ କିମ୍ବା ଡ଼ଙ୍ଗା ସମୁଦ୍ରର ପ୍ରଖର ସ୍ରୋତ ଓ ପୋତି ହୋଇଯାଇଥିବା ବାଲିରେ ମାଡ଼ ହୋଇ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଅନେକ ଧନ ଜୀବନ କ୍ଷତିଗ୍ରସ୍ତ ହେଉଛି l ଯାହା ଦ୍ୱାରା ମତ୍ସ୍ୟଜୀବି ସମୁଦ୍ରକୁ ଯିବାଆସିବା ପାଇଁ ଜୁଆର କୁ ଅପେକ୍ଷା କରୁଥିବା ବେଳେ ଭଟ୍ଟା ସମୟରେ ଦୀର୍ଘ ସମୟ ଧରି ସମୁଦ୍ରରେ ଅଟକି ରହିବା ସହିତ ଧନଜୀବନ ନେଇ ଫେରିବା ନେଇ ଆଶା ଆଶଙ୍କାରେ ରହୁଛନ୍ତି l

 ପାରାଦୀପ ମାଛଧରା ବନ୍ଦର ଉନ୍ନତି କରଣ ପାଇଁ ସରକାର ଙ୍କ ତରଫରୁ କୋଟି କୋଟି ଟଙ୍କା ମଞ୍ଜୁର କରାଯିବା ସହିତ ଏହାର କାର୍ଯ୍ୟ ଆରମ୍ଭ ହୋଇଯାଇଛି| ଗୋଟିଏ ପଟେ ମାଛଧରା ବନ୍ଦର ର ଉନ୍ନତି କରଣ କରାଯାଉଥିବା ବେଳେ ମତ୍ସ୍ୟଯିବି ମାନେ ମାଛ ଧରିବାକୁ ଯିବା ର ପ୍ରମୁଖ ପ୍ରବେଶ ପଥ ପ୍ରତି କାହାର ନଜର ନ ଥିବା ନେଇ ଅଭିଯୋଗ ଆଣିଛନ୍ତି ବୋଟ କର୍ମଚାରୀ l ମାଛଧରା ବନ୍ଦର ଉନ୍ନତି କରଣ କରାଯିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ହୋଇଥିବା ବେଳେ ମତ୍ସ୍ୟଯିବି ମାନଙ୍କ ସୁବିଧା ସୁଯୋଗ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଥିବା ନେଇ ବୋଟ ମାଲିକ କହିଛନ୍ତି l ଯଥାଶୀଘ୍ର ସରକାର ଙ୍କ ତରଫରୁ ନେହେରୁବଙ୍ଗଳା ମୁହାଣ ମୁହଁକୁ ଖନନ କରାଯିବାକୁ ସରକାର ଙ୍କୁ ଅନୁରୋଧ କରିବା ସହିତ ଯଦି ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି ତେବେ ବାରମ୍ବାର ଏହିଭଳି ଦୁର୍ଘଟଣା ଘଟିବା ନେଇ ଆଶଙ୍କାରେ ଅଛନ୍ତି ମତ୍ସ୍ୟଜୀବି l

ତେବେ ମୁହାଣ ମୁଁହ ଖନନ ପାଇଁ ରାଜ୍ୟ ସରକାର ପକ୍ଷରୁ ୧୦ କୋଟି ଟଙ୍କା ପାରାଦ୍ୱୀପ ପୋର୍ଟ ଅଥରଟି କୁ ମଞ୍ଜୁରୀ କରାଯାଇଥିବା ବେଳେ ଏନେଇ ଯଥା ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇ ମୁହାଣ ଖୋଳାଯିବା ନେଇ ପ୍ରକାଶ କରିଛନ୍ତି ବନ୍ଦର ଅଧକ୍ଷ l ନେହେରୁ ବଙ୍ଗଳା ମୁହାଣ ମୁହଁରେ ଘଟୁଥିବା ଦୁର୍ଘଟଣା ମତ୍ସ୍ୟଯିବି ଓ ବୋଟ ମାଲିକ ମାନଙ୍କ ଚିନ୍ତା ର କାରଣ ପାଲଟିଛି l 

ପୋତି ହୋଇଯାଉଥିବା ମୁହାଣ ମୁହଁ ଏହାର ମୁଖ୍ୟ କାରଣ ପାଲଟିଥିବା ବେଳେ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ମୁହାଣ ଖନନ କାର୍ଯ୍ୟ ଆରମ୍ଭ ହେଲେ ଅନେକ ମାତ୍ରାରେ ଧନ ଜୀବନ କ୍ଷତି ହେବାରୁ ବଞ୍ଚିଯିବ l

Post a Comment

0 Comments