AD

In offering rice Mahaprasad || ଅର୍ପଣ ଚାଉଳରେ ମହାପ୍ରସାଦ

 


ଅର୍ପଣ ରଥରୁ ସଂଗ୍ରହ ହୋଇଥିବା ଚାଉଳରେ ପ୍ରସ୍ତୁତ ହେଲା ମହାପ୍ରସାଦ। କୋଠ ଭୋଗଖିଆ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ସକାଳ ଧୂପରେ ଲାଗି ହୋଇଥିବା ଖେଚୁଡ଼ି ପାଇ ଭକ୍ତ ଭାବ ବିଭୋର। ଯେଉଁ ଅର୍ପଣ ରଥ ଗାଁ ଠୁ ସହର ସବୁଆଡେ ବୁଲି ଚାଉଳ ସଂଗ୍ରହ କରିଥିଲା ସେହି ଚାଉଳ ଆଜି ମହାପ୍ରଭୁଙ୍କ ପାଖରେ ମହାପ୍ରସାଦ ରୂପେ ବ୍ୟବହାର ହେଲା ତାହା ଆମ ସମସ୍ତଙ୍କ ପାଇଁ ସୌଭାଗ୍ୟର ବିଷୟ ବୋଲି କହିଛନ୍ତି ଜଗନ୍ନାଥ ପ୍ରେମୀ ଓ ଭକ୍ତ। 

    ତେବେ ସକାଳ ଧୂପରେ ଖେଚୁଡ଼ି ବାହାରିଥିବା ବେଳେ ଶ୍ରୀମନ୍ଦିର ଉତ୍ତର ଓ ପଶ୍ଚିମ ଦ୍ବାରରେ ଏହାକୁ ପାଇବା ପାଇଁ ଭକ୍ତଙ୍କ ଲମ୍ବା ଧାଡି ଲାଗିଥିଲା। ସୁଆର ମହାସୁଆର ନିଯୋଗ ପକ୍ଷରୁ ପ୍ରାୟ ଏକ ଶହ ଖେଚୁଡ଼ି ଓ କାନିକା ହାଣ୍ଡି ପ୍ରସ୍ତୁତ ହୋଇ ଭକ୍ତଙ୍କ ମଧ୍ୟରେ ବଣ୍ଟାଯିବାର ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ନିଯୋଗ ସମ୍ପାଦକ। ତେବେ ମହାପ୍ରଭୁଙ୍କ ମହାପ୍ରସାଦ କାଣିଚାଏ ପାଇ ଭକ୍ତଟିଏ କେତେଯେ  ଖୁସି …. ତାର ଆକଳନ କରାଯାଇନପାରେ…

Post a Comment

0 Comments