AD

In the hands of robbers Bhubaneswar || ଲୁଟେରାଙ୍କ କବଜାରେ ଭୁବନେଶ୍ବର

 


ପୁଣି ରାଜଧନୀରେ ଆପାର୍ଟମେଣ୍ଟରୁ ସିରିଜ ଲୁଟ  । ମାତିଲେ ଲୁଟେରା , ବୋହିନେଲେ କଲେ କିଲେ ସୁନାଗହଣା । ଏବେ ଭୁବନେଶ୍ୱର ଉପକଣ୍ଠ ପାହଲ କଲ୍ୟାଣୀ ହାଇଟରେ ତିନି ତିନି ଟି ଫ୍ଲାଟ୍ ରେ କଲା କନା ବୁଲାଇଛନ୍ତି ଲୁଟେରା । ଘଟଣାସ୍ଥଳରେ ସାଇଣ୍ଟଫିକ ଟିମ୍ , ସନ୍ଧାନି କୁକୁର ଏବଂ ପୋଲିସ୍ ପହଞ୍ଚି ଛାନ୍ ଭିନ କରିଛନ୍ତି । 

ପୁଣି ମାତିଲେ ଆପାର୍ଟମେଂଟ ଲୁଟେରା । ଲୁଟି ନେଲେ କିଲୋ କିଲୋ ସୁନା ଗହଣା । ସିରିଜ୍ ଲୁଟ କରି ପୁଣି ପୋଲିସ୍ କୁ ଦେଲେ ଚାଲେଞ୍ଜ । ପାହାଳ କଲ୍ୟାଣୀ ହାଇଟ ଆପର୍ଟମେଣ୍ଟର ଗୋଟିଏ ରାତିରେ ଏକକାଳୀନ ତିନିଟି ଫ୍ଲାଟ୍ ରେ କଳାକନା ବୁଲାଇଦେଇଛନ୍ତି ଲୁଟେରା । ଫ୍ଲାଟ୍ ନମ୍ୱର 106 , ଫ୍ଲାଟ୍ ନମ୍ୱର 306 ଫ୍ଲାଟ୍ ନମ୍ୱର ସି ବ୍ଲକ ଫ୍ଲାଟ୍ ନମ୍ୱର 305 ରେ ଘରେ କେହି ନଥିବାବେଳେ  ସମାନ ଷ୍ଟାଇଲରେ ଚୋରୀ କରି ଚଂପଟ ମାରିଛନ୍ତି । ଘରର କବାଟ ଲକ୍ ଭାଙ୍ଗି ଆଲମୀରା ଭାଙ୍ଗି ସୁନା ଗହଣା ଲୁଟ କରିନେଇଛନ୍ତି । ଏହାସହିତ ଲୁଟେରାମନେ ଇମିଟେଶନ ଗୁଡ଼ିକ ଛାଡ଼ି ସବୁ କିଛି ନେଇଯାଇଛନ୍ତି ।

       ରାଜଧାନୀରେ ଆଉ ଏକ ସିରିଜ ଲୁଟ ଘଟଣା ସାମ୍ନାକୁ ଆସିଚି ।  ପଟିଆ ରୟାଲ ଗାର୍ଡେନ ର ଦୁଇଟି ଡ୍ୟୁପ୍ଲେକ୍ସ ରୁ ଲୁଟ କରିଛନ୍ତି ଲୁଟେରା ।  ୯ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଡାଇମଣ୍ଡ, ସୁନା ଗହଣା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏହାସହ ଲକ୍ଷାଧିକ ନଗଦ ଟଙ୍କା ମଧ୍ୟ ଲୁଟିନେଇଛନ୍ତି ଲୁଟେରା ।  ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟ ଫିକ ଟିମ ର ଛାନଭିନ ଚଳାଇଛି । ପୂର୍ବରୁ ଭୁବନେଶ୍ୱରର ବହୁ ଆପାର୍ଟମେଣ୍ଟରରୁ ଲୁଟ ହୋଇଚି । ତମାଣ୍ଡୋ କେନ୍ଦ୍ରୀୟ ବିହାର ଆପାର୍ଟମେଣ୍ଟ , ପାତ୍ରପଡା , ଲକ୍ଷ୍ମୀସାଗର ,ବଡଗଡ ଭଳି ଅନେକ ସ୍ଥାନରେ ଲୁଟପାଟ ହୋଇଚି । ସ୍ଥାନୀୟ ଥାନା , ସ୍ପେଶାଲ ସ୍କ୍ବାର୍ଡ  ତଦନ୍ତ ଜାରି ରଖିଛନ୍ତି । ଯେଉଁ ଲୁଟେରା ମାନେ ଏହି ଲୁଟ କରିଛନ୍ତି ସେମାନଙ୍କୁ ଟ୍ରାକ୍ କରାଯାଉଛି ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ।

ପୂର୍ବରୁ ଆପାର୍ଟମେଣ୍ଟ ଲୁଟେରାଙ୍କୁ ଗିରଫ ପାଇଁ ଭୁବନେଶ୍ବରର ବିଭିନ୍ନ ଛକ ଗଳି  କନ୍ଦିରେ ଲୁଟେରା ପୋଷ୍ଟର ମରାଯାଇଥିଲା ହେଲେ କେଇଁଟା ଦିନପରେ ଲୁଟେରା ଲୁଟ କରି ଚଂପଟ ମାରିଛନ୍ତି । ଏବେ ପୋଲିସର କାର୍ଯ୍ୟକାରିତା ଉପରେ ଆଙ୍ଗୁଠି ଉଠାଇଛନ୍ତି ସାଧାରଣ ଲୋକେ…

Post a Comment

0 Comments