AD

In film style The police arrested the robber || ଫିଲ୍ମ ଷ୍ଟାଇଲରେ ଲୁଟେରାଙ୍କୁ କାବୁକଲା ପୋଲିସ

 


୧୧୨କୁ କଲ ଆସିଲା । ସଜାଗ ହୋଇଗଲା ସାଲେପୁର ପୋଲିସ । ସିଲ କରିଦେଲା ବିଭିନ୍ନ ଛକ.. ପୁରା ସାଲେପୁର ଅଞ୍ଚଳକୁ । ଫିଲ୍ମ ଷ୍ଟାଇଲରେ ବାଇକ ପଛରେ ଗୋଡାଇ ଗୋଡାଇ ଲୁଟେରାକୁ ଧରିବାରେ ସକ୍ଷମ ହେଲା ।

ସାଲେପୁର ଥାନା ନନ୍ଦୋଳଗଡା ଛକ ନିକଟରେ ଦିନ ଦ୍ବିପ୍ରହରରେ ବନ୍ଧୁକ ଦେଖାଇ ୫୦ହଜାର ଟଙ୍କା ଛଡାଇନେଲେ ଲୁଟେରା । ଦୁଇଟି ବାଇକରେ ଆସିଥିଲେ ୪ଜଣ । ଲୁଟ ପରେ ସ୍ଥାନୀୟ ଅଞ୍ଚଳର କେହି ଜଣେ ୧୧୨ ନମ୍ବରକୁ କଲ କରିଥିଲେ । ସାଲେପୁର ଥାନା ପୋଲିସ ଫୋନ କଲ ପାଇ ହୋଇଗଲା ସଜାଗ ।

୧୧୨ରେ ଆସିଥିବା  ଫୋନ କଲକୁ ନେଇ ବିଭିନ୍ନ ଥାନାକୁ ଆଲର୍ଟ କରିଦେଲେ ଥାନା ଅଧିକାରୀ। ନଦୋଳଗଡା ସମେତ ଆଖପାଖ ଅଞ୍ଚଳ  ସିଲକରି ଆରମ୍ଭ ହୋଇଥିଲା କଡାକଡି ଚେକିଂ । କେନ୍ଦ୍ରାପଡ଼ା କେନାଲ କୋଲଣପୁର ନିକଟରେ ଚେକିଂ ଚାଲିଥିବା ସମୟରେ ଲୁଟେରାମାନେ ବାଇକରେ  ଦୃତଗତିରେ ଫେରାର ହେବାକୁ ଚେଷ୍ଟା କରିଥିଲେ । ସେଇ ବାଇକ ପଛରେ ପୋଲିସ ଜିପ୍ ଗୋଡାଇଥିଲା । ଶେଷରେ ଫିଲ୍ମ ଷ୍ଟାଇଲରେ ଲୁଣା ନଦୀ ପଠାରେ ଦୁଇଜଣ ଦୁର୍ବୁତ୍ତକୁ କାବୁ କରିବାରେ ସକ୍ଷମ ହେଲା ସାଲେପୁର ପୋଲିସ। ଲୁଟେରାକୁ କାବୁ କରିବା ସହ ୫୦ହଜାର ଟଙ୍କା, ବନ୍ଧୁକ ଓ ବାଇକ ଜବତ କରିଛି ପୋଲିସ । ସାଲେପୁର ପୋଲିସ ଦୁଇ ଲୁଟେରାଙ୍କୁ ଅଟକରଖି ପଚରାଉଚରା ଜାରି ରଖିଛି ।

ସାଲେପୁର ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଓ ସାହସିକ କାର୍ଯ୍ୟ ପାଇଁ ସବୁଠି ପ୍ରଶଂସା ଶୁଣିବାକୁ ମିଳିଛି...

Post a Comment

0 Comments