AD

In the country brewery Police Red || ଦେଶୀ ମଦ ଭାଟିରେ ପୋଲିସର ରେଡ୍



ବେଆଇନ ଚୋରି ଦେଶୀ ମଦ ଭାଟିଉପରେ ଚଢ଼ାଉ,  1200 ଲିଟର ଦେଶୀ ମଦ ଜବତ । ପୁରୀ ଜିଲ୍ଲା ସତ୍ୟବାଦୀ ପୋଲିସର ବଡ଼ ସଫଳତାଏ କୋଉ ଉପାନ୍ତ ଅଂଚଳ ନୁହେଁ ଖୋଦ ରାଜଧାନୀ ନିକଟ ସାକ୍ଷୀଗୋପାଳ ଷୋଳହଳ ଗାଁ ରେ ହେଉଥିଲା ବେଆଇନ ଦେଶୀ ମଦ ପ୍ରସ୍ତୁତି! ପୁରୀ ଅବକାରୀ ବିଭାଗକୁ ଖୋଲା ଚ୍ୟାଲେଞ୍ଜ ଦେଉଥିଲେ ମଦ ମାଫିଆ  ସେମାନଙ୍କୁ ଧରିବାରେ ଅବକାରୀ ବିଭାଗ ଫେଲ ମାରିଥିବା ବେଳେ ଅନେକ ମଦବେପାରୀଙ୍କୁ ସତ୍ୟବାଦୀ ପୋଲିସ କାବୁ କରିଛି   

ବିଶେଷ ସୂତ୍ରରୁ ଷୋଳହଳ ଗାଁର  କେନାଲ ପଠାରେ ଦେଶୀ ମଦ ରନ୍ଧାହୋଇ ବିକ୍ରି ହେଉଥିବାର ଖବର ପାଇ IIC ଙ୍କ ନେତୃତ୍ବରେ ପୋଲିସ ସଦଳେବଳେ ଚଢ଼ାଉ କରିବାରେ ମଦବେପାରୀ ପୋଲିସକୁ ଦେଖି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ଘଟଣାସ୍ଥଳରୁ ବିପୁଳ ପରିମାଣର ମଦ ତିଆରି ପାଇଁ ପ୍ଲାଷ୍ଟିକ ଜାର୍କିନରେ ଗଚ୍ଛିତ ଥିବା ପୋଚ ଜବତ କରିଛି ପୋଲିସ । 

 ଏଥି ସହିତ ମଦ ପ୍ରସ୍ତୁତିରେ ବ୍ୟବହୃତ ୟୁରିଆ ସାର, ଗୁଡ, ଏବଂ ବଡ ବଡ ହାଣ୍ଡି ଇତ୍ୟାଦି ଜବତ ହୋଇଛି । ଜବତ ପୋଚକୁ ଘଟଣାସ୍ଥଳରେ ନଷ୍ଟ କରିଦିଆଯାଇଛି । ଏଇ ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି ବୋଲି ସତ୍ୟବାଦୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।


Post a Comment

0 Comments