AD

He was a prominent literary figure in the past || ପରଲୋକରେ ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା

 


ପରଲୋକରେ ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା। ମୃତ୍ୟୁବେଳକୁ ତାଙ୍କୁ ବେଳକୁ ୯୫ବର୍ଷ ହୋଇଥିଲା। ସାହିତ୍ୟ, ସାମ୍ବାଦିକତା, ସମ୍ପାଦନାରେ ସେ ସୁଖ୍ୟାତି ଅର୍ଜନ କରିଥିଲେ । ଦୈନିକ ଖବରକାଗଜ ସମୟ ର ସମ୍ପାଦକ ଭାବେ ସେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିଲେ । ଅନେକ ଉପନ୍ୟାସ, ଗଳ୍ପର ସ୍ରଷ୍ଟା ଥିଲେ ସାତକଡ଼ି ହୋତା। ୧୯୩୦ ମସିହାରେ ତାଙ୍କର ଜନ୍ମ ହୋଇଥିଲା । ଅଶାନ୍ତ ଅରଣ୍ୟ ଲାଗି ୧୯୮୭ରେ ତାଙ୍କୁ ମିଳିଥିଲା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର। 

  ମୁକ୍ତିମନ୍ତ୍ର ଓ ଜନନୀ ଜନ୍ମଭୂମି ଲାଗି ୨୦୦୪ରେ ପାଇଥିଲେ ଶାରଳା ପୁରସ୍କାର। ୨୦୦୦ରେ ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନରେ ସେ ସମ୍ମାନିତ ହୋଇଥିଲେ । ବ୍ୟାକୁଳ ହୃଦୟ, ମୁହାଁମୁହିଁ, ସ୍ବପ୍ନ ଶିଉଳୀ, ଏତେ ସ୍ବପ୍ନ ଏତେ , ଆଲୋକ, ଅନେକ ଦିଗନ୍ତ, ଅଶାନ୍ତ ଅରଣ୍ୟ, ଅସମୟ ଭଳି ଅନେକ ଉପନ୍ୟାସ ରଚନା ତାଙ୍କୁ ସାହିତ୍ୟ ଜଗତରେ ପ୍ରସିଦ୍ଧ କରିଛି । ରିବୁରୁ କନ୍ୟା, ଫୁଲର ଗୋଟିଏ ସୁରଭି, ସାୟାହ୍ନର ଶୋଭା, ଅସତର୍କ ମୁହୂର୍ତ୍ତ, ଜଗନ୍ନାଥ ହସ, ଶୋଣିତର ସ୍ବପ୍ନ ଆଦି ଅନେକ ଗଳ୍ପ ସଂକଳନ ରଚନା ତାଙ୍କୁ ଚିର ଅମର ରଖିଛି। ଦୀର୍ଘ ଦଶନ୍ଧି ଧରି ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପ୍ରକାଶ ପାଇଆସୁଛି ମାସିକ ସାହିତ୍ୟ ପତ୍ରିକା ଅମୃତାୟନ। ତାଙ୍କ ବିୟୋଗରେ ଓଡିଶା ସାହିତ୍ୟ, ସାମ୍ବାଦିକତା, ଖବରକାଗଜ ଜଗତରେ ଶୋକର ଛାୟା ପ୍ରକାଶ ପାଇଛି।

Post a Comment

0 Comments