AD

Great police || ମହାନ ପୋଲିସ ବାବୁ

 


ଦିବ୍ୟାଙ୍ଗ ମହିଳାଙ୍କୁ ପୋଲିସ ଭ୍ୟାନରେ ବସାଇ ମହାନତା ଦେଖାଇଲେ ଥାନା ଅଧିକାରୀ ।ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ପାପକ୍ଷୟ ରାସ୍ତାରେ ଜଣେ ଦିଵ୍ୟାଙ୍ଗ ମହିଳା ଚାଲି ଚାଲି ଯାଉଥିବା ସମୟରେ ଦେଖାଇଲେ ମହାନତା । ବିନିକା ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ ପାପକ୍ଷୟ ରାସ୍ତାରେ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଜଣେ ଦିଵ୍ୟାଙ୍ଗ ମହିଳା ଚାଲି ଚାଲି ଯାଉଥିବା ଦେଖିଥିଲେ l ଦିଵ୍ୟାଙ୍ଗ ମହିଳାକୁ ଦେଖି ପୋଲିସ ଭ୍ୟାନ୍ ଅଟକାଇ ତାଙ୍କୁ କେଉଁଠିକୁ ଯାଉଛନ୍ତି ବୋଲି ପଚାରିଥିଲେ l 

ଦିଵ୍ୟାଙ୍ଗ ମହିଳା ପାପକ୍ଷୟ ଦର୍ଶନ ପାଇଁ ଯାଉଥିବା କହିବାରୁ ତାଙ୍କୁ ଥାନା ଅଧିକାରୀ ପୋଲିସ ଗାଡିରେ ବସାଇ ତାଙ୍କୁ ତାଙ୍କର ଗନ୍ତବ୍ୟସ୍ଥଳରେ ପହଞ୍ଚାଇ ଦେଇଥିଲେ । ଥାନା ଅଧିକାରୀଙ୍କ ମହାନତା ପାଇଁ ଦିବ୍ୟାଙ୍ଗ ମହିଳା ତାଙ୍କୁ ଅଶେଷ କୃତଜ୍ଞତା ଜଣାଇଥିଲେ । ଥାନା ଅଧିକାରୀଙ୍କ ଏଭଳି କାର୍ଯ୍ୟ ପାଇଁ ଅଞ୍ଚଳବାସୀ ତାଙ୍କୁ ବେଶ୍ ପ୍ରଶଂସା କରିଛନ୍ତି l

Post a Comment

0 Comments